ଜାତୀୟ

‘ଓ୍ଵିକେଟ୍ ନମିଳିଲେ ବୋଲରଙ୍କ ଅମ୍ପାୟର ଉପରେ ରାଗ’, ଇଭିଏମକୁ ନେଇ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆକ୍ଷେପ

କାସଗଞ୍ଜ() ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନରେ ଦ୍ଵିତୀୟ ରାଉଣ୍ଡ ଭୋଟିଂ ପୂର୍ବରୁ ପ୍ରଚାର ପାଇଁ କାସଗଞ୍ଜ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ପର୍ଯ୍ୟାୟରେ ବିଜେପିକୁ ବିପୁଳ ଭୋଟ୍ ମିଳିବ ବୋଲି କହିଛନ୍ତି। ସେ ବିରୋଧୀଙ୍କୁ  ଟାର୍ଗେଟ୍ କରି କହିଛନ୍ତି, ଏହି ଲୋକେ ଏବେଠୁ ଇଭିଏମ ଉପରେ ପ୍ରଶ୍ନ କରିବା ଆରମ୍ଭ କଲେଣି। କ୍ରିକେଟରେ ଓ୍ଵିକେଟ୍ ନମିଳିଲେ ଅମ୍ପାୟରଙ୍କ ଉପରେ ବୋଲର ରାଗିବାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଇଭିଏମ ଉପରେ ପ୍ରଶ୍ନ ଉଠାଇବା ପାଇଁ ମାର୍ଚ୍ଚ ୧୦ ପରେ ବହୁତ ଦିନ ପଡିଛି। ଉଲ୍ଲେଖନୀୟ, କୈରାନାରେ ଗୁରୁବାର ରାତିରେ ଏକ ଗାଡିରେ ଇଭିଏମ ମିଳିବା ପରେ ସମାଜବାଦୀ ପାର୍ଟି ନିର୍ବାଚନ ଆୟୋଗଠାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଡିଏମଙ୍କ କହିବା କଥା ସେସବୁ ରିଜର୍ଭ ଇଭିଏମ ଥିଲା।

ପ୍ରଧାନମନ୍ତ୍ରୀ କହିଛନ୍ତି, ଗତକାଲି ୟୁପିରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛି। ଲୋକେ ବିପୁଳ ସଂଖ୍ୟାରେ ଘରୁ ବାହାରି ୟୁପିର ବିକାଶ ପାଇଁ ପଦ୍ମରେ ଭୋଟ୍ ଦେଇଛନ୍ତି। ବିଶେଷ କରି ଆମର ଭଉଣୀ ଏବଂ ଝିଅମାନେ ଖୁବ୍ ମତଦାନ କରିଛନ୍ତି। ଗତକାଲି ଅପରାହ୍ନ ପରେ ଇଣ୍ଟରଭ୍ୟୁ ଦେଇଥିବା ନେତାଙ୍କ ମୁହଁ କଳା ପଡି ଯାଇଛି।

ପ୍ରଧାନମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ପରିବାରବାଦ ରାଜନୀତି ନେଇ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଅଖିଳେଶ ଜାଣି ସାରିଲେଣି ଯେ, ତାଙ୍କ ଡଙ୍ଗା ବୁଡିବାକୁ ଯାଉଛି। ଏଥିପାଇଁ ସେ ଏବେଠୁ ଇଭିଏମ ଏବଂ ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରି ଦେଇଛି। ଓ୍ଵିକେଟ୍ ନମିଳିଲେ ବୋଲର ଯେମିତି ଅମ୍ପାୟରଙ୍କ ଉପରେ ନିଜର କ୍ରୋଧ ଜାହିର କରେ ଠିକ୍ ସେହି ପରି ବିରୋଧୀ ଏବେଠୁ ଇଭିଏମ ଉପରେ ଦୋଷ ଦେବା ଆରମ୍ଭ କରି ଦେଲେଣି। ଜନତା ଆପଣଙ୍କୁ ସ୍ଵୀକାର କରିବେ ନାହିଁ। କାରଣ ସେମାନଙ୍କୁ ଗୁଣ୍ଡାରାଜ ଦରକାର ନାହିଁ। ଯଦି ଇଭିଏମକୁ ଗାଳି ଦେବାର ଅଛି ତେବେ ମାର୍ଚ୍ଚ ୧୦ ପରେ ବହୁତ ଦିନ ପଡିଛି।

Related Articles

Back to top button
WP Twitter Auto Publish Powered By : XYZScripts.com