ଓଡ଼ିଶା

 ପୂର୍ବତନ ବିଧାୟକ ଅନୁପ୍ ସାଏଙ୍କୁ ଆଜୀବନ କାରାଦଣ୍ଡ,ଡ୍ରାଇଭର ନିର୍ଦ୍ଦୋଶରେ ଖଲାସ

ଭୁବନେଶ୍ବର () କଳ୍ପନା ଦାସ ଓ ତାଙ୍କ ଝିଅ ବବଲିକୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ୍ ସାଏଙ୍କୁ ଆଜୀବନ କାରାଦଣ୍ଡା ଦେଶ ହୋଇଛି । ଦୁଇ ବର୍ଷ ଧରି କଚେରୀରେ ବିଚାରଧିନ ଥିବା ମାମଲା ଉପରେ ଶେଷ ଶୁଣାଣି କରି ରାୟଗଡ ସେସନ୍ସ କୋର୍ଟ ଅନୁପ୍ ଙ୍କୁ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଘଟଣାରେ ଅନ୍ୟତମ ଅଭିଯୁକ୍ତ ଅନୁପ୍ଙ୍କ ଡ୍ରାଇଭର ବର୍ଦ୍ଧନ ଟୋପ୍ ର୍ନିଦୋଶରେ ଖଲାସ ହୋଇଛି । ମାଆ ଝିଅଙ୍କୁ ହତ୍ୟା ଅଭିଯୋଗରେ 2020 ମସିହାରେ ପୋଲିସ ଅନୁପ୍ ଓ ତାଙ୍କ ଡ୍ରାଇଭରଙ୍କୁ ଗିରଫ କରିଥିଲା । 2016 ମସିହାରେ ଅନୁପ୍ ଉଭୟ ମାଆ ଓ ଝିଅଙ୍କୁ ହତ୍ୟା କରି ସେମାନଙ୍କ ଉପରେ ଗାଡି ଚଢାଇ ଦେଇଥିଲେ। ପରେ ଶବକୁ ଚକ୍ରଧରପୁରର ଏକ ଜଙ୍ଗଲରେ ଫୋପାଡି ଦେଇଥିଲେ।  ପ୍ରମାଣ ଲୁଚାଇବାକୁ ଅନୁପ୍ ଶବକୁ ବାହାର ରାଜ୍ୟରେ ଫୋପାଡି ଥିଲେ ବି ମୃତ କଳ୍ପନାଙ୍କ ଶବରୁ ଜବତ ହୋଇଥିବା ଏକ କାଗଜ ଉପରେ ଅଧିକ ଅନୁସନ୍ଦାନ କରିବାକୁ ଯାଇ ପୋଲିସ ଅନୁପ୍ ଙ୍କୁ ଧରି ଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com