ଓଡ଼ିଶା

କେରଳ ଛୁଇଁଲା ମୌସୁମୀ ବାୟୁ, ଆଜିଠାରୁ ୩ ଦିନ ଯାଏ ବର୍ଷା

ଭୁବନେଶ୍ୱର: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ । ନିର୍ଦ୍ଧାରିତ ସମୟର ୩ଦିନ ପୂର୍ବରୁ ପହଞ୍ଚିଲା ମୌସୁମୀ । ଜୁନ୍ ୧ରେ କେରଳ ଛୁଇଁବା ନେଇ ଆକଳନ କରିଥିଲା ପାଣିପାଗ ବିଭାଗ । ଏହାର ପ୍ରଭାବରେ ଦେଶର କିଛି ସ୍ଥାନରେ ବର୍ଷା ହୋଇପାରେ । ବିଶେଷକରି ଦକ୍ଷିଣରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଇଏମଡି । ଭାରତୀୟ ପାଣିପାଗ ବିଭାଗଙ୍କ ନୂଆ ସଂକେତ ଅନୁସାରେ ଦକ୍ଷିଣ ଆରବ ସାଗରର ନିମ୍ନାଞ୍ଚଳରେ ପବନ ଏବେ ପଛୁଆ ହେଲାଣି। ଉପଗ୍ରହ ଛବି ଅନୁସାରେ କେରଳ ଉପକୂଳ ଓ ଏହା ସଲଗ୍ନ ଦକ୍ଷିଣ-ପୂର୍ବ ଆରବ ସାଗରରେ ବାଦଲ ଛାଇ ରହିଛି। ଏଣୁ ଆଗାମୀ ୨ରୁ ୩ ଦିନ ମଧ୍ୟରେ କେରଳରେ ମୌସୁମୀ ଆରମ୍ଭ ହେବାକୁ ପରିସ୍ଥିତି ଅନୁକୂଳ ଥିବା ପରି ଲାଗୁଛି ବୋଲି ଆଇଏମଡି ସୂଚନା ଦେଇଥିଲେ । ଅନ୍ୟପଟ ଆଜିଠୁ ୩ ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଆଜି ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୩ ଜିଲ୍ଲାକୁ ୟେଲୋ ଓ଼୍ବାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ବଲାଙ୍ଗିର ଏବଂ କଳାହାଣ୍ଡି ଜିଲ୍ଲାକୁ ବର୍ଷା ପାଇଁ ୟେଲୋ ଓ଼୍ବାର୍ଣ୍ଣିଂ ଜାରି ହୋଇଛି ।ଆଜିଠୁ ଆସନ୍ତା ୩ ଦିନ ଯାଏ ବର୍ଷା ହୋଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com