ଓଡ଼ିଶା

ଭୁବନରେ ବିଜେଡିର କର୍ମୀ ସମ୍ମିଳନୀ, ପରିବାରବାଦ ରାଜନୀତିକୁ ବିରୋଧ

ଭୁବନ() ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ତରଫରୁ ପୂର୍ବତନ ଉପନଗରପାଳ ମାୟାଧର ସାହୁଙ୍କ ନେତୃତ୍ବରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ପୈାରପରିଷଦ ନିର୍ବାଚନକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପୈାର ପରିଷଦ ନିର୍ବାଚନରେ ଦଳ ତରଫରୁ ବର୍ତ୍ତମାନର ଏନଏସି ସଭାପତି ନନ୍ଦ କିଶୋର ସାହୁ ଅଧ୍ୟକ୍ଷ  ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ତୀବ୍ର ବିରୋଧ କରାଯାଇଥିଲା।

ଯେହେତୁ ନନ୍ଦକିଶୋର ସାହୁ ପୂର୍ବରୁ ଅଧ୍ୟକ୍ଷ ରହି ସାରିଥିବା ବେଳେ ଭୁବନର ସେମିତି ଆଖି ଦୃଷ୍ଟିଆ ଉନ୍ନତି ହୋଇପାରିନାହିଁ ଏବଂ ପରବର୍ତ୍ତୀ ସମୟରେ ତାଙ୍କର ଝିଅ ଓ ବୋହୂଙ୍କୁ ମଧ୍ୟ ଅଧ୍ୟକ୍ଷ କରାଇଥିଲେ। ତେଣୁ ପରିବାରବାଦ ରାଜନୀତିକୁ ବିରୋଧ କରାଯିବା ସହ ଆଗାମୀ ନିର୍ବାଚନରେ ଏହାର ଦୃଢ ଜବାବ ଦିଆଯିବ। ଏହି ବୈଠକରେ ଶତାଧିକ ବଜୁଜନତା ଦଳର କର୍ମୀମାନେ ଯୋଗ ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com