ଓଡ଼ିଶା

କେନ୍ଦୁଝର ଜିଲ୍ଲାପାଳଙ୍କୁ ଆସ୍ୱସ୍ତି, ଜନଜାତି କମିଶନ୍‌ଙ୍କ ନିକଟରେ ହାଜର ହେବା ନିର୍ଦ୍ଦେଶ ଉପରେ ଲାଗିଲା ରୋକ୍‌

ଭୁବନେଶ୍ୱର() କେନ୍ଦୁଝର ଜିଲ୍ଲାପାଳଙ୍କୁ ଜାତୀୟ ଜନଜାତି କମିଶନ୍‌ଙ୍କ ହାଜର ନିର୍ଦ୍ଦେଶ ଉପେର ରହିତାଦେଶ । କମିଶନଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଜିଲ୍ଲାପାଳଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ କମିଶନ୍‌ ମାମଲା ଆଗକୁ ନେଇ ପାରିବେ ବୋଲି କହିଛନ୍ତି । ୬ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି ହାଇକୋର୍ଟ । ବାରମ୍ୱାର ନୋଟିସ୍‌ ସତ୍ତ୍ୱେ ଜିଲ୍ଲାପାଳ ହାଜର ହେଉନଥିଲେ । ଯାହାକୁ ନେଇ କମିଶନ୍‌ ଗିରଫ ୱାରେଣ୍ଟ ଜାରି କରିଥିଲେ । ଜିଲ୍ଲାପାଳଙ୍କୁ ହାଜର କରାଇବାକୁ ପୋଲିସ୍‌ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କମିଶନ୍‌ଙ୍କ ଏହି ନୋଟିସ୍‌କୁ ଚ୍ୟାଲେଞ୍ଜ କରି ଜିଲ୍ଲାପାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ବିଗତ ଏକ ବର୍ଷ ହେବ କେନ୍ଦୁଝର ଆଦିବାସୀ ସଂଗଠନ ବିଭିନ୍ନ ସମସ୍ୟା ନେଇ ଅନୁସୂଚିତ ଜନଜାତି ଆୟୋଗରେ ମାମଲା ଦାୟର କରିଥିଲେ। ଆଉ ଆୟୋଗ ତରଫରୁ ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କୁ ନୋଟିସ ଏବଂ ବାରମ୍ବାର ସମନ ସତ୍ତ୍ଵେ ଶୁଣାଣି ସମୟରେ ଜିଲ୍ଲାପାଳ ହାଜର ହେଉନଥିଲେ।

ଆୟୋଗ ପ୍ରତି ଅବହେଳା କରିବା ଅପରାଧରେ ଜିଲ୍ଲାପାଳ ଠାକରେଙ୍କୁ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି ଏସଟି ଆୟୋଗ। ଆଉ ଏବେ ମଙ୍ଗଳବାର ଦିନ ୧୨ଟାରେ ଜାତୀୟ ST ଆୟୋଗରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com