ଓଡ଼ିଶା

ଦଶବାଟିଆ ଛକ ଗୁଣ୍ଡି ଜଙ୍ଗଲରୁ ମୃତଦେହ ଉଦ୍ଧାର, ରୋଗ ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା କରିଥିବା ସନ୍ଦେହ

କୋଣାର୍କ: କୋଣାର୍କ ଭୂବନେଶ୍ୱରର ମୁଖ୍ୟ ରାସ୍ତା ଦଶବାଟିଆ ଛକ ଗୁଣ୍ଡି ଜଙ୍ଗଲରୁ ଜଣେ ବ୍ୟକ୍ତିକ ମୃତଦେହ ଉଦ୍ଧାର । ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି କୋଣାର୍କ ପୋଲିସ । ମୃତ ବ୍ୟକ୍ତି ଜଣଙ୍କ ଶାରେଡା ଗାଁର ୬୦ ବର୍ଷୀୟ କୈଳାସ ଚନ୍ଦ୍ର ଖୁଣ୍ଟିଆ ।

ଦୀର୍ଘଦିନ ଧରି ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିଲେ କୈଳାସ । ଫଳରେ ଶରୀରର ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯଉଛି । ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଜାଣିବାକୁ ପାଇଛି । କୋଣାର୍କ ପୋଲିସ ମୃତଦେହକୁ ଜବତ କରି ଅଧିକ ତଦନ୍ତ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com