ଓଡ଼ିଶା

କାମାକ୍ଷନଗରରେ ବୋମାମାଡ଼: ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର ୫ ସଦସ୍ୟ

ଢେଙ୍କାନାଳ() କାମାକ୍ଷାନଗରରେ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ମହୁଲପାଳ ଗାଁରେ ବିଳମ୍ବିତ ରାତିରେ ବୋମାମାଡ଼ କରି ଦୁର୍ବୃତ୍ତ ଚମ୍ପଟ ମାରିଥିବା ଜଣାପଡିଛି । ବୋମାମାଡ଼ରେ ଘରର କିଛି ଅଂଶ ସହ ଗେଟ ଭାଙ୍ଗିଥିବା ସୂଚନା ମିଳିଛି । ଅଭିଯୋଗ ପରେ ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି ।

ତେବେ ଢେଙ୍କାନାଳ ମହୁଲପାଳ ଗାଁରେ ଗୁଣି ଗାରେଡି଼ ସନ୍ଦେହରେ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ୨ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଏଥିରେ ଘର ଗ୍ରୀଲ ଭାଙ୍ଗିବା ସମେତ କୋଠା ଭୁଶୁଡି଼ପଡିଛି । ଗୋଟିଏ ପରିବାର ୫ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । କାମାକ୍ଷାନଗର ପୋଲିସର ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com