ଓଡ଼ିଶା

ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର; ଛାଡ଼ିଦେଲେ ଚାକିରି, ୬ ହଜାର ଆଦିବାସୀଙ୍କ ରୋଜଗାର କଲେ ଦୁଇଗୁଣା

ନୂଆଦିଲ୍ଲୀ: ସ୍କୁଲ ରହିଛି ହେଲେ ନାହାନ୍ତି ଜଣେ ବି ବିଦ୍ୟାର୍ଥୀ । ଗୋଟିଏ କି ଦୁଇଟି ନୁହେଁ ବରଂ ୧୧ ହଜାର ସ୍କୁଲରେ ରହିଛି ଏମିତି ବ୍ୟବସ୍ଥା । ପାକିସ୍ତାନର ସିନ୍ଧ ପ୍ରଦେଶରେ ଏଭଳି କିଛି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସିନ୍ଧ ପ୍ରଦେଶରେ ଏମିତି ୧୧ ହଜାର ସ୍କୁଲ ରହିଛି ଯାହା ବିନା ଶିକ୍ଷାର୍ଥୀରେ ଚାଲିଛି । ସ୍କୁଲରେ ଜଣେ ବି ଛାତ୍ରଛାତ୍ରୀ ନଥିବା ବେଳେ ଶିକ୍ଷକ ମାନଙ୍କୁ କିନ୍ତୁ ମିଳୁଛି ମୋଟା ଅଙ୍କର ଦରମା । ଏହା ସହିତ ଏଥିରୁ କିଛି ସ୍କୁଲକୁ ଗେଷ୍ଟ ହାଉସ ଭାବରେ ବ୍ୟବହାର କରାଯାଉଛି ।
ଏକ ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ପ୍ରତି ୧୦୦୦ ଛାତ୍ରଛାତ୍ରୀଙ୍କ ପାଇଁ ୧.୮ଟି ସ୍କୁଲ ରହିଛି । ଏହା ସହିତ ୧୫ ପ୍ରତିଶତ ପ୍ରାଥମିକ ଏବଂ ମାଧ୍ୟମିକ ସ୍କୁଲରେ ମାତ୍ର ୨ ଜଣ ଲେଖାଏଁ ଶିକ୍ଷକ ରହିଛନ୍ତି । ଏହା ସହିତ ସ୍କୁଲ ଗୁଡିକରେ ସାଧାରଣ ସୁବିଧା ମଧ୍ୟ ଉପଲବ୍ଧ ନାହିଁ । ପାନୀୟ ଜଳ, ଟଏଲେଟ୍, ଖେଳ ପଡିଆ ଓ ବାଉଣ୍ଡାରୀ ନଥିବା ବେଳେ ସ୍କୁଲ ଗୁଡିକର ଉନ୍ନତି ମଧ୍ୟ ହେଉନାହିଁ । ସିନ୍ଧ ପ୍ରଦେଶର ସ୍କୁଲ ଗୁଡିକରେ ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଦୟନୀୟ ରହିଛି । ମାଧ୍ୟମିକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨ ହଜାର ରହିଥିବା ପ୍ରାଇମେରୀ ସ୍କୁଲରେ ଏହି ସଂଖ୍ୟା ୪୯ ହଜାର ରହିଛି । ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ ପାଠ ଛାଡିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସରକାର ସୁବିଧା ସୁଯୋଗ ନଦେଲେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com