ଓଡ଼ିଶା

ଭୁବନେଶ୍ୱର ମାଛ ମାର୍କେଟରେ ହଣାକଟା, ୨ ଗୁରୁତର

ଭୁବନେଶ୍ବର() ମାଛ ମାର୍କେଟରେ ହଣାକଟା । ଭୁବନେଶ୍ୱର ୪ନମ୍ବର ମାଛ ମାର୍କେଟରେ ହଣାହଟା ହୋଇଥିବାର ଖବର ଆସିଛି । ଏହି ହଣାକଟା ୨ଜଣ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ସେମାନଙ୍କ ନାମ ଜିତେନ୍ଦ୍ର ବେହେରା ଓ ନରେନ୍ଦ୍ର ବେହେରା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ପ୍ରତିଦିନ ପରି ଆଜି ମଧ୍ୟ ମାଛ ମାର୍କେଟରେ ବେପାର ପାଇଁ ଭିଡି ଜମିଥାଏ । ହଠାତ୍‌ ବୁଧବାର ଦିନ ମାଛ ବ୍ୟବସାୟକୁ କେନ୍ଦ୍ର କରି ଦୁଇ ବେପାରୀଙ୍କ ମଧ୍ୟରେ  ଗଣ୍ଡଗୋଳ ହୋଇଥିଲା । ଏପିରିକି ଉଭୟ ବ୍ୟବସାୟୀ ହଣାକଟା ପର୍ଯ୍ୟନ୍ତ କଥା ଯାଇଥିଲା । ଦୁଇ ଜଣ ବ୍ୟବସାୟୀ ପନିକି ହଣାକଟା ହୋଇଥିଲେ । ଯେଉଁଥିରେ ୨ଜଣ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆକ୍ରମଣକାରୀ ମାଛ ବେପାରୀ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com