ଓଡ଼ିଶା

କନ୍ଧମାଳରେ ବଢୁଛି କରୋନା ସଂକ୍ରମଣ, ୨୪ଘଣ୍ଟାରେ ୧୩ ପଜିଟିଭ୍ ଚିହ୍ନଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ଜିଲ୍ଲାରୁ ପୁଣି ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ଜିଲ୍ଲାରେ ମୋଟ୍ ପଜିଟିଭ୍‌ଙ୍କ ସଂଖ୍ୟା ପ୍ରାୟ ୫୦ରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କଟକଣା ନଥିବାରୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା କଥା ସମସ୍ତେ ଭୁଲିଗଲେଣି । କେହି ବି କରୋନା କଟକଣା ମାନୁନାହାନ୍ତି l କାଁ ଭାଁ କିଏ କେମିତି ମାସ୍କ ପିନ୍ଧୁଥିବା ଦେଖାଯାଉଛି l

ଫଳରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି l ଏବେ ଶ୍ରାବଣ ମାସ ଚାଲିଛି, ବୋଲବମ୍ ଭକ୍ତଙ୍କ ଭିଡ ଜମୁଛି ।  ତାସାଙ୍ଗକୁ ପୁଣି ବର୍ଷା ଦିନ । ତେଣୁ ଆଗକୁ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି l ଏଣୁ ପ୍ରଶାସନ ସଜାଗ ହୋଇ ଗାଁରୁ ସହର ଯାଏଁ କରୋନା ସଚେତନତା ସୃଷ୍ଟି କରିବାକୁ ଦାବି ହେଉଛି । ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କରୋନା ସଂକ୍ରମଣ ପ୍ରତି ସତର୍କ ଦୃଷ୍ଟି ରଖିବା ଜରୁରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com