ଓଡ଼ିଶା

ସ୍ତ୍ରୀଙ୍କୁ ବିଷ ପିଆଇ ହତ୍ୟା ଉଦ୍ୟମ; ସ୍ୱାମୀ ଗିରଫ

ବ୍ରହ୍ମପୁର, ୦୪/୦୮/୨୦୨୨ – ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ୭ ନଂ ୱାର୍ଡ ବଜାର ସାହି ବାସିନ୍ଦା ପି . ଗଣେଶ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ପି. ସୁଜାତାଙ୍କୁ ବିଷ ପିଆଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଗତ ଗୁରୁବାର ଦିନ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୈାଣସି କାରଣରୁ କଳହ ଯୋଗୁଁ ଗଣେଶ ଉତ୍ତେଜିତ ହୋଇ ସୁଜାତାଙ୍କୁ ଜୋର ଜବରଦସ୍ତ ବିଷ ପିଆଇ ଦେଇଥିଲା । ଛଟପଟ ଅବସ୍ଥାରେ ମହିଳା ଜଣକ ଥାନାରେ ପହଞ୍ଚି ତାଙ୍କ ସ୍ୱାମୀ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ କରିଥିଲେ । ଏହାପରେ ଥାନା ଅଧିକାରୀ ତୁରନ୍ତ ଆମ୍ବୁଲାନ୍ସ ମାଧ୍ୟମରେ ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦିଆଯାଇଥିଲା । ସେଠାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଫେରିବା ପରେ ମଙ୍ଗଳବାର ପୁଣି ଥାନାରେ ପହଞ୍ଚି ସ୍ୱାମୀ ଗଣେଶଙ୍କ ବିରୋଧରେ ଏତଲା ଦେଇଥିଲେ । ତେବେ ସୁସ୍ଥ ହୋଇ ଘରକୁ ଫେରିଥିବା ବୋହୂ ଉପରେ ତାଙ୍କ ଶ୍ୱଶୁର ପି . କ୍ରିଷ୍ଣାମା ମଧ୍ୟ ମାଡ ମାରିଥିବା ମଧ୍ୟ ଦର୍ଶାଇଛନ୍ତି । ଏନେଇ ଦିଗପହଣ୍ଡି ଥାନା ମାମଲା ନଂ ୨୭୭/୨୨ ରେ ଅଭିଯୁକ୍ତ ସ୍ୱାମୀ ଓ ଶ୍ୱଶୁରଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ମାମଲାରେ ପୋଲିସ ତାଙ୍କ ସ୍ୱାମୀଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି ‌।

Related Articles

Back to top button
WP Twitter Auto Publish Powered By : XYZScripts.com