ଓଡ଼ିଶା

ହୀରାକୁଦର ମୋଟ ୪୦ ଟି ଗେଟ୍ ଖୋଲିବା ନେଇ ସବୋର୍ଚ୍ଚ ଯନ୍ତ୍ରୀଙ୍କ ସୂଚନା

 ଭୁବନେଶ୍ୱର, ୧୬/୦୮/୨୦୨୨-   ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଓଡିଶାର ଏକାଧିକ ନଦୀ ପରିପୂର୍ଣ୍ଣ ହୋଇ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷାରୁ ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟାର ସ୍ଥିତି ଗମ୍ଭୀର ରହିଛି । ମଙ୍ଗଳବାର ଅପରାହ୍ଣରେ କରାଯାଇଥିବା ସମୀକ୍ଷା ବୈଠକରେ ହୀରାକୁଦର ମୋଟ ୪୦ ଟି ଗେଟ୍ ଖୋଲିବା ନେଇ ସବୋର୍ଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନ ହୀରାକୁଦର ୩୧ ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ରାତି ୯ ଟା ସୁଦ୍ଧା ଆଉ ଅଧିକ ୯ ଟି ଖୋଲାଯିବା ନେଇ କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ଅପରାହ୍ନ ୩ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୬.୫୮ ଫୁଟ ରହିଛି । ପ୍ରତି ସେକଣ୍ଡରେ ୭ ଲକ୍ଷ ୭୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କୁରଛି । ହୀରାକୁଦରୁ ପାଣି ମୁଣ୍ଡଳିରେ ପହଞ୍ଚିବା ପାଇଁ ୩୬ ରୁ ୪୮ ଘଣ୍ଟା ସମୟ ଲାଗୁଛି ।ପ୍ରଥମ ବନ୍ୟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ଆସନ୍ତା ୪୮ ଘଣ୍ଟା ବନ୍ୟା ସ୍ଥିତି ଉପରେ ନଜର ରହିବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି। ନଦୀକୂଳିଆ ଅଂଚଳରେ ବନ୍ୟା ସ୍ଥିତି ଉପୁଜିବାର ଆଶଂକା ବଢୁଛି ତେଣୁ ଏହାକୁ ଦୃଷ୍ଟିରେ ରଖି ତଳି ଅଞ୍ଚଳ ଓ ନଦୀକୂଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଅନ୍ୟପଟେ ବର୍ଷାରୁ ରାଜ୍ୟ ମୁକୁଳି ନଥିବାବେଳେ ପୁଣି ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି । ଆସନ୍ତା ୧୯ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହେବ ଲଘୁଚାପ । ଯାହାର ପ୍ରଭାବରେ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର,କୋରାପୁଟ, ବଲାଙ୍ଗୀର, କନ୍ଧମାଳ, ବରଗଡ଼, ସମ୍ବଲପୁର, କଳାହାଣ୍ଡି, ସୋନପୁର, ବୌଦ୍ଧ ଆଦି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କେବଳ ଓଡ଼ିଶା ନୁହେଁ ପୂର୍ବ ଏବଂ କେନ୍ଦ୍ରୀୟ ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com