ଓଡ଼ିଶା

‘ସର୍ବଜିତା ଅନୁ’: ସିରିଏଲ୍‌ରେ ନଜର ଆସିବେ ଅନୁ ଚୌଧୁରୀ, ଲିଡ୍‌ ରୋଲ୍‌ରେ କରିବେ ଅଭିନୟ

ଭୁବନେଶ୍ୱର() ଅନୁ ଚୌଧୁରୀ, ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ଚର୍ଚ୍ଚିତ ଚେହେରା । ବଡ ପରଦା ଜରିଆରେ ଘରେ ଘରେ ପରିଚିତ ଏହି ନାୟିକା ଜଣଙ୍କ ଏବ ଛୋଟ ପରଦାରେ ଆସିବେ ନଜର । ଆସନ୍ତା ୧୪ ତାରିଖରୁ ଜୀ ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ନୂଆ ମେଗା ଧାରାବାହିକ ‘ସର୍ବଜିତା ଅନୁ’ । ଏଥିରେ ଅନୁ ଚୌଧୁରୀ ଲିଡ୍‌ ରୋଲ୍‌ରେ ନଜର ଆସିବେ ।

ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଏକ ପରିଚିତ ନାମ ଅନୁ ଚୌଧୁରୀ । ବଡ଼ ପରଦାରେ ହସାଉଥିବା ଓ କନ୍ଦାଉଥିବା ଏହି ଅଭିନେତ୍ରୀ ଏବେ ଟେଲିଭିଜନରେ କରିବେ କମାଲ । ଦୀର୍ଘ ୨ ଦଶନ୍ଧି ଧରି ୬୫ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ଅନୁ । ତାଙ୍କର ସୁନ୍ଦର ଅଭିନୟ ଓ ନୃତ୍ୟରେ ଜନତା ହୋଇଛନ୍ତି ମନ୍ତ୍ରମୁଗ୍ଧ । ସେ ଯେ କେବଳ ଓଲିଉଡରେ ଚର୍ଚ୍ଚିତ ତାହା ନୁହେଁ,  ବେଙ୍ଗଲୀ , ତେଲୁଗୁ ଏବଂ ହିନ୍ଦୀ ଫିଲ୍ମରେ ମଧ୍ୟ ତାଙ୍କ ଅଭିନୟ ଦର୍ଶକ ଦେଖିଛନ୍ତି ।

ଗ୍ଲାମର ଇଣ୍ଡଷ୍ଟ୍ରିରେ ବେଶ୍ ସୁନାମ ଅର୍ଜନ କରିଥିବା ଅନୁ ମା ‘ଗୋଜବାୟାଣୀ’ ଫିଲ୍ମ ଜରିଆରେ ଓଲିଉଡରେ ଏଣ୍ଟ୍ରି କରିଥିଲେ ।ପରେ  ୨୦୦୫ ମସିହାରେ ଫିଲ୍ମ ଶାଶୂଘର ଚାଲିଯିବିରେ ଆକର୍ଷଣୀୟ ଅଭିନୟ ପାଇଁ ଅନୁଙ୍କୁ ମିଳିଥିଲା ଓଡିଶା ରାଜ୍ୟ ଫିଲ୍ମ ପୁରସ୍କାର ।  ଏବେ ପୁଣି ଦର୍ଶକଙ୍କ ହୃଦୟରେ ଘର କରିବା ପାଇଁ ଆସୁଛନ୍ତି ନାୟିକା ଅନୁ ଚୌଧୁରୀ । ଜୀ ସାର୍ଥକର ମେଗା ଧାରାବାହିକ ସର୍ବଜିତା ଅନୁରେ ଲିଡ ରୋଲରେ ଆସୁଛନ୍ତି ଅନୁ ଚୌଧୁରୀ । ପ୍ରତି ସୋମରୁ ଶନିବାର ରାତି ୮ଟାରେ ଏହାର ପ୍ରସାରଣ ହେବ । ବଡ଼ କଥା ହେଲା, ଏହାର ମୁଖ୍ୟ ଚରିତ୍ରରେ ଅନୁ ଥିଲାବେଳେ ତାଙ୍କ ନାଁ ବି ସମାନ ରହିଛି । ଧାରାବାହିକର ଶୀର୍ଷକରେ ବି ଅନୁଙ୍କ ନାଁ ଯୋଡ଼ି ହୋଇ ରହିଛି ।

ତେବେ ଜୀ ସାର୍ଥକ ସଦା ସର୍ବଦା ତାର ଦର୍ଶକ ମାନଙ୍କ ପାଇଁ ମନପସନ୍ଦର ଧାରାବାହିକ ନେଇ ଆସିଥାଏ । ଓଡିଆ କଳା, ସଂସ୍କୃତି ଓ ଚାଲିଚଳନକୁ ସର୍ବଦା ପ୍ରାଥମିକତା ଦେଇ ଆସିଛି ଜୀ ସାର୍ଥକ । ଏହି ଧାରାରେ ସାମିଲ ହେବାକୁ ଯାଉଛି ମେଗା ଧାରାବାହିକ “ସର୍ବଜିତା ଅନୁ” । ପୂର୍ବରୁ  “କେମିତି କହିବି କହ”ରେ ସୁପରଷ୍ଟାର ସିଦ୍ଧାନ୍ତ ଓ “ଦାଦାଗିରି”ରେ ଅନୁଭବଙ୍କ ଜଲୱା ପରେ ଏବେ “ସର୍ବଜିତା ଅନୁ”ରେ ଦର୍ଶକ ଦେଖିବେ ଏଭରଗ୍ରିନ୍ ନାୟିକା ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ । ଆସନ୍ତା ୧୪ ତାରିଖ ଠାରୁ ସନ୍ଧ୍ୟା ୮ ଟାରେ ଏହି ମେଗା ଧାରାବାହିକ ପ୍ରସାରଣ ଆରମ୍ଭ ହେବ । ଏହାକୁ ନେଇ ଦର୍ଶକଙ୍କ ଭିତରେ ରହିଛି ଅନେକ ଉତ୍କଣ୍ଠା ରହିଛି । ପୂର୍ବ ସିରିଏଲ୍ ପରି “ସର୍ବଜିତା ଅନୁ” ମଧ୍ୟ ଦର୍ଶକଙ୍କ ମନୋରଞ୍ଜନର ଆବଶ୍ୟକତାକୁ ପୁରଣ କରିବ ବୋଲି ଜୀ ସାର୍ଥକ ଚ୍ୟାନେଲ ମୁଖ୍ୟ ଶ୍ରୀ ଅର୍ଘ୍ୟ ରାୟ ଚୌଧୁରୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com