Featuredଓଡ଼ିଶାମନୋରଞ୍ଜନ

ସମସ୍ତ ଅଭିଯୋଗ ମିଛ, ଲୋକଙ୍କ ଆଶୀର୍ବାଦରୁ ମୁଁ ଭଲରେ ଅଛି : ହ୍ୟୁମାନ ସାଗର

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୁଦ୍ଧରେ ଘରୋଇ ହିଂସା ଅଭିଯୋଗ । କଟକ ମହିଳା ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ । ଆଜି ହ୍ୟୁମାନ ସାଗର ନିଜର ଓକିଲଙ୍କ ସହ ଥାନାରେ ହାଜର ହୋଇଥିଲେ । ଥାନାଧିକାରୀଙ୍କ ସହ ଆଲୋଚନା କରିବାପରେ ପ୍ରତିକ୍ରିୟା ରଖିଥିଲେ ହ୍ୟୁମାନ ସାଗର।

ମୋ ନାମରେ ଆସିଥିବା ଅଭିଯୋଗ ମିଛ । ଧର୍ମ ପରିବର୍ତ୍ତନ ପାଇଁ ମୁଁ ଆଦୌ ଚାପ ପକାଇନି । ମୁଁ କାହିଁକି ‌ଯୌତୁକ ମାଗିବି। ଲୋକଙ୍କ ଆଶୀର୍ବାଦରୁ ଭଲରେ ଅଛି ବୋଲି କହିଥିଲେ ହ୍ୟୁମାନ ସାଗର।

ଅନ୍ୟପଟେ ହ୍ୟୁମାନଙ୍କ ମା’ ଶେଫାଳି ସୁନା ଅଭିଯୋଗ ଆଣିଛନ୍ତି ଯେ, ବୋହୂ ଶ୍ରେୟା ମିଶ୍ର ମଦ୍ୟପାନ କରନ୍ତି । ବୋହୂ ନାମରେ ସମସ୍ତ ଧନ ସମ୍ପତ୍ତି ରହିଛି। ବୋହୂର ସମସ୍ତ ପରିବାର ଲୋକେ ମଦ୍ୟପାନ କରନ୍ତି। ବୋହୂ ହ୍ୟୁମାନ ଓ ଶାଶୁଙ୍କର ଯତ୍ନ ନିଅନ୍ତିନାହିଁ ।

ହ୍ୟୁମାନ ସାଗରଙ୍କ ପତ୍ନୀ ତାଙ୍କ ବିରୁଦ୍ଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ । ଗତ କିଛି ଦିନ ହେବ ସେ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ପତ୍ନୀ ଡିସିପିଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାପରେ ଉଭୟ ପତିପତ୍ନୀଙ୍କୁ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ହ୍ୟୁମାନ ସାଗରଙ୍କ ଘର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରରେ । ବର୍ତ୍ତମାନ ସେ କଟକର ସେକ୍ଟର ୬ରେ ରହୁଛନ୍ତି । ହ୍ୟୁମାନ ତାଙ୍କ ବାନ୍ଧିବୀ ଶ୍ରେୟାଙ୍କୁ ବିବାହ କରିଥିଲେ । ମାତ୍ର ବର୍ତ୍ତମାନ ହ୍ୟୁମାନ ସାଗର ନିର୍ଯାତନା ଦେଉଥିବା ପତ୍ନୀ ଅଭିଯୋଗ କରିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com