ଓଡ଼ିଶା

୧୦ ମାସର ବାଘ ଛୁଆ ‘ରକି’ ଅସୁସ୍ଥ

ଭୁବନେଶ୍ୱର: ନନ୍ଦନକାନନନରେ ବାଘ ଛୁଆ ଅସୁସ୍ଥ । ଧଳାବାଘୁଣୀ ବିଜୟାର 10 ମାସର ଛୁଆ ମହାବଳ ରକି ଅସୁସ୍ଥ ହୋଇ ପଡିଛି । 4 ଦିନ ହେଲା ତରଳ ଝାଡ଼ା ହେଉଥିବାରୁ ଖାଦ୍ୟ ଗ୍ରହଣ କରୁନଥିଲା ରକି । ନନ୍ଦନକାନନ ପ୍ରାଣୀ ଚିକତ୍ସକଙ୍କ ଦ୍ୱାରା ତା’ର ଚିକିତ୍ସା ଚାଲିଛି । ରକି ଦେହରେ କାନାଇନ ପ୍ରାଭୋ ଭୂତାଣୁ ଥିବା ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଛି ।
ଗତବର୍ଷ ମାର୍ଚ୍ଚ ମାସରେ ବାଘୁଣୀ ବିଜୟାର ଏକ ଦଶ ମାସର ଛୁଆ ଭୂତାଣୁ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲା । ତେବେ ରକିକୁ ସେହି ଭୂତାଣୁ ସଂକ୍ରମଣ ନହେବା ପାଇଁ ତାକୁ ଏକ ସ୍ୱତନ୍ତ୍ର କୋଠରୀରେ ନନ୍ଦନକାନନ ପକ୍ଷରୁ ରଖାଯାଇଛି ।  ରକିର ସ୍ୱାସ୍ଥ୍ୟ ଉପରେ ମଧ୍ୟ ବିଶେଷ ପ୍ରାଧାନ୍ୟ ଦିଆଯାଉଛି  । କିନ୍ତୁ ବର୍ତ୍ତମାନ ରକିର ଅସୁସ୍ଥତା ଚିନ୍ତା ପାଲଟିଛି  ।

Related Articles

Back to top button
WP Twitter Auto Publish Powered By : XYZScripts.com