ଓଡ଼ିଶା

ଆକ୍ସନ ମୋଡ୍‌ରେ ବରଗଡ ଜିଲ୍ଲାପାଳ, ପଦ୍ମପୁର ବ୍ଲକ୍‌ରେ କଲେ ସମୀକ୍ଷା

ପଦ୍ମପୁର() ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଆକ୍ସନ ମୋଡରେ । କିଛି ଦିନ ପୂର୍ବେ ସେ ବିଭିନ୍ନ ଯୋଜନାର ତଦାରଖ ପାଇଁ ପଦ୍ମପୁର ବ୍ଲକ ଆସିଥିଲେ । ବରିକେଲ ସ୍କୁଲରେ ହେଉଥିବା କାର୍ଯ୍ୟ ନିମ୍ନମାନର ହେଉଥିବା ତାଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତେଣୁ ସେ ସେହି ସ୍କୁଲର କାର୍ଯ୍ୟ ମଧ୍ୟ ତଦାରଖ କରିବାକୁ ପହଞ୍ଚିଥିଲେ । ସେଠାରେ ହେଉଥିବା କାର୍ଯ୍ୟକୁ ଦେଖି ଅସନ୍ତୁଷ୍ଟ ହୋଇଥିଲେ । ତାଙ୍କ ସହିତ ପଦ୍ମପୁର ବିଡିଓ ଶଙ୍କର୍ସଣ ବେହେରା ମଧ୍ୟ ଉପସ୍ଥିତ ଥିଲେ । ସେହିଠାରେ ଲୋକଙ୍କ ସମ୍ମୁଖରେ ଜିଲ୍ଲାପାଳ ବିଡିଓକୁ ଭଲକାମ ହେଉନି ଓ କାମ କାହିଁକି ଏତେ ବିଳମ୍ବ ହେଉଛି ବୋଲି ତାଗିଦ କରିଥିଲେ ।

କିଛିଦିନ ପୂର୍ବରୁ ପଦ୍ମପୁରରେ କାର୍ଯ୍ୟ କରୁଥିଲେ କିଛି ଦିନ ବାହାରେ କାର୍ଯ୍ୟ କଲା ପରେ ପୁଣି ସେ ପଦ୍ମପୁରରେ ଯୋଗଦେଲେ । ତାଙ୍କର ବଦଳି ହେଲେ ମଧ୍ୟ ଉପରେ ହାତ କରି ପୁଣି ରହି ଯାଉଛନ୍ତି । କିନ୍ତୁ ଏଥର ଜିଲ୍ଲାପାଳ ତାଙ୍କୁ ସିଧାସଳଖ ତାଗିଦ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com