ଓଡ଼ିଶା

କୋଶଳ ସେନାର ବନ୍ଦ ଡାକରା

ଲାଙ୍ଗୀର ; ୭।୯ ପଶ୍ଚିମ ଓଡ଼ିଶାକୁ ବାରମ୍ବାର ରାଜ୍ୟ ସରକାର ବୈମାତୃକ ମନୋଭାବ ନେଇ କାର୍ଯ୍ୟ କରୁଥିବାରୁ କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆଜି ମହାବନ୍ଦ ଡାକରା ଦେଇଛି । ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ ଟା ଯାଏଁ ଦିଆଯାଇଥିବା ମହାବନ୍ଦ ଡାକରାରେ ଏହାକୁ ସମର୍ଥନ ଦେଇଥିବା ବେଳେ ସହରରେ ଅଘୋଷିତ କଫ୍ୟୁ ଭଳି ପରିଲକ୍ଷିତ ହୋଇଛି । ସକାଳ ୬ଟାରୁ କୋଶଳ ସେନା ସହରରେ ପିକେଟିଂ କରିଛି । ବନ୍ଦ ଯୋଗୁଁ ବଲାଙ୍ଗୀରର ରାଜରାସ୍ତାରେ ଦୁଇ ଚକିଆ ଗାଡ଼ି ଓ ସାଇକେଲକୁ ଛାଡିଦେଲେ ଭାରିଯାନ, ବସ୍‌, ମୋଟର୍‌ ଗାଡ଼ି, ଚାରି ଚକିଆ, ଅଟୋ ରିକ୍ସା ଚଲାଚଳ ବନ୍ଦ ରହିଛି । ଏହା ସହ ସହରର ମୁଖ୍ୟ ବଜାର, ଦୈନିକ ବଜାର, ଫଳ ବଜାର ସମେତ ସପିଂ ମଲ ଓ ଅନ୍ୟ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com