ଓଡ଼ିଶା

ଧାମନଗରରେ ପୋଲିସର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ, ଶୀଘ୍ର ଭୋଟ କରିବାକୁ ଦାବି କଲା ବିଜେପି

ଭଦ୍ରକ() ଧାମନଗରରେ ସ୍ଥିତି ଏବେ ସାମାନ୍ୟ ହେଉଛି । କିନ୍ତୁ ଏମିତି ସ୍ଥିତିରେ ଭୋଟିଂ ବନ୍ଦ କରିବାକୁ ନେଇ ପ୍ରଶ୍ନ କରିଛି ବିଜେପି । ରାଜ୍ୟରେ ସବୁଠି ନିର୍ବାଚନ ବାତିଲ ହେବା ପୁଣି ପର ଦିନ ଭୋଟିଂ ହୋଇଛି । ଭଦ୍ରକ ଜିଲ୍ଲାର ଦୁଇଟି ବୁଥରେ ସାନି ମତଦାନ ହୋଇଛି । କିନ୍ତୁ ଧାମନଗର ଏନଏସିର ୬ଟି ବୁଥରେ ସାନି ମତଦାନ ହୋଇନାହିଁ । ଏନେଇ ଧାମନଗର ବିଜେପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛନ୍ତି ।

ପ୍ରେସ୍‌ମିଟ୍‌ରେ ବିଜେପି ନେତା କହିଛନ୍ତି ଯେ,  ଭୋଟରଙ୍କୁ ଅତର୍କିତ ଆକ୍ରମଣ କରାଯାଇଛି । ରମେଶ ଲେଙ୍କା ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଜାଣିଶୁଣି ଏଜେଣ୍ଟ ମାନେ ମେସିନ ଭାଙ୍ଗିଛନ୍ତି । ଏହି ଘଟଣା ପରେ ଜାରି ହୋଇଥିବା ୧୪୪ ଧାରା ପ୍ରତ୍ୟାହାର କରାଯାଉ ।  ୬ ବୁଥର ଭୋଟ ବନ୍ଦ ଅଛି । ସବୁଠି ସାନି ମତଦାନ ହୋଇଥିବା ବେଳେ ଧାମନଗରରେ ଉଦ୍ଦେଶ୍ୟମୂଳକ ଭାବେ ନିର୍ବାଚନକୁ ବନ୍ଦ କରାଯାଇଛି । ତେବେ ସମ୍ବେଦନଶୀଳ ବୁଥରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି । ପୋଲିସର ଅପାରଗତା ଯୋଗୁଁ  ଏଭଳି ସମସ୍ୟା ଉପୁଜିଲା ବୋଲି କହିଛି ବିଜେପି । ଶାସକ ଦଳର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛି ପୋଲିସ । ପୋଲିସର ଉପସ୍ଥିତିରେ କିଭଳି ଏମିତି ଘଟଣା ଘଟିଲା । ଯେଉଁଥିଲାଗି ଧାମନଗରରେ ପରିସ୍ଥିତି ଅଶାନ୍ତ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com