ଓଡ଼ିଶା

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ, ଜମିରେ କାମ କରୁଥିବା ବେଳେ ହୋଇପଡିଥିଲେ ଅଚେତ

ଜଳେଶ୍ବର: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ପଳାସିଆ ଗ୍ରାମରେ ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ ହୋଇଛି । ଗ୍ରାମର ସାଗର ସୋରେନ ଜମିରେ କାମ କରୁଥିବା ସମୟରେ ହଠାତ୍ ବର୍ଷା ପବନ ସହ ବଜ୍ରପାତ ହୋଇଥିଲା । ଫଳରେ ସାଗର ଅଚେତ ହୋଇ ଜମିରେ ପଡ଼ି ଯାଇଥିଲେ । ବର୍ଷା ପବନ ସମୟରେ ସାଗର ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ସାଗରଙ୍କୁ ଜମିରେ ଅଚେତ ଅବସ୍ଥାରେ ପାଇ ବସ୍ତା ଡ଼ାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com