ଓଡ଼ିଶା

ପୁରୀରୁ ନିଖୋଜ, ବେଲେଶ୍ୱରରୁ ଉଦ୍ଧାର ; ୨୪ ଘଣ୍ଟା ପରେ ଠାବ ହେଲା ବଂଶୀଧରଙ୍କ ମୃତଦେହ

ପୁରୀ() ପୁଅ ସମ୍ମୁଖରେ ବାପା ସମୁଦ୍ରରେ ଭାସିଯିବା ଘଟଣାରେ ମିଳିଲା ଦୁଃଖଦ ଖବର । ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅଧୀନ ସଚିନା ଗ୍ରାମର ନିଖୋଜ ବଂଶୀଧର ବେହେରା (୩୫)ଙ୍କ ମୃତଦେହ ମିଳିଛି । ଚନ୍ଦ୍ରଭାଗା ମେରାଇନ୍‌ ଥାନା ଅଧୀନ ବେଲେଶ୍ୱର ଓ ରାମଚଣ୍ଡୀ ମଝି ବେଳାଭୂମିରୁ ତାଙ୍କ ଶବ ଜବତ କରିଛି ପୁଲିସ ।

ଖବର ଅନୁଯାୟୀ, ଶନିବାର ସକାଳୁ ନିଖୋଜ ହୋଇଥିବା ବଂଶୀଧରଙ୍କୁ ସମ୍ପର୍କୀୟମାନେ ଖୋଜାଖୋଜି କରୁଥିଲେ । ରବିବାର ରାତିରେ ତାଙ୍କ ଶବ ବେଳାଭୂମିରେ ଲାଗିଥିବା ଦେଖିବାକୁ ପାଇଥିଲେ । ଚନ୍ଦ୍ରଭାଗା ମେରାଇନ୍‌ ଥାନା ଆଇଆଇସି ନୀଳିମା ପଟ୍ଟନାୟକ ଓ ତାଙ୍କ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି । ଏନେଇ ସେହି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ସୋମବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com