ଓଡ଼ିଶା

୨ ହାତୀ ମୃତ୍ୟୁ ମାମଲାରେ ନିଲମ୍ବିତ ହେଲେ ଫରେଷ୍ଟର, ଗାର୍ଡ

କେନ୍ଦୁଝରରେ ୨ ମାଈ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଫରେଷ୍ଟର ପ୍ରଦୀପ ବାରିକ ଓ ଗାର୍ଡ ମିତ୍ରଭାନୁ ନାୟକଙ୍କୁ RCCF ନିଲମ୍ବିତ କରିଛନ୍ତି। ଏନେଇ ଡିଏଫ୍ଓ ସୂଚନା ଦେଇଛନ୍ତି । ଏହାସହ ବିଦ୍ୟୁତ୍‌ ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।  ଗତ ୨୫ ତାରିଖରେ ଯୋଡ଼ିଆ ସ୍ଥିତ KVK ଫାର୍ମ ଭିତରେ ବିଦ୍ୟୁତ୍‌ ତାର ଲାଗି ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ ।  ବିଦ୍ୟୁତ୍‌ ତାରଟି ଅତିକମ୍ ଉଚ୍ଚରେ ଝୁଲି ରହିଥିବା ବେଳେ ତାର ଉପରେ ଗଛଲତା ମାଡି ଯାଇଥିବା ଦେଖିବାକୁ ମିଳିଥିଲା ।  ହାତୀ ଲଟା ପତ୍ର ଖାଇବା ବେଳେ ବିଦ୍ୟୁତ୍‌ ତାରରେ ଆସିଯାଇଥିବା ଅନୁମାନ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com