ଓଡ଼ିଶା

୫୦ ଲକ୍ଷ ବଟି ମାଗି ଡାକ୍ତରଙ୍କୁ ଅପହରଣ, ହତ୍ୟା ଧମକ: ଝାଡ଼ଖଣ୍ଡ ଡନ୍‌ ଏମ୍‌ରଜ୍‌ ଗିରଫ

କଟକ() ଓଡ଼ିଶାରେ ଡାକ୍ତର, ଖଣି ବ୍ୟବସାୟୀଙ୍କୁ ବଟି ମାଗି ହତ୍ୟା ଧମକ ଦେଉଥିବା ଝାଡ଼ଖଣ୍ଡର ଦୁର୍ଦ୍ଦାନ୍ତ ଅପରାଧୀ ଏମରଜ୍‌ ଆନସାରୀ ଓରଫ ଇମ୍ରାନ୍ ଓରଫ ବାବୁକୁ ଗିରଫ କରିଛି କଟକ କମିସନରେଟ୍ ପୁଲିସ। ଝାଡ଼ଖଣ୍ଡ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ବାବୁ କଟକ ସିଫା ହସପିଟାଲ୍ ମାଲିକ ଡାକ୍ତର ସାମି ସଲିମଙ୍କୁ ୫୦ ଲକ୍ଷ ଟଙ୍କା ବଟି ମାଗିବା ସହିତ ତାଙ୍କୁ ହତ୍ୟା ଧମକ ଦେଇଥିଲା। ଝାଡ଼ଖଣ୍ଡ ମଝିଗାଁର ବିଧାୟକଙ୍କ ସମେତ କେନ୍ଦୁଝରର ଏକାଧିକ ଖଣି ବ୍ୟବସାୟୀଙ୍କୁ ବି ନକ୍ସଲ୍ ପରିଚୟରେ ସେ ବଟି ମାଗି ଧମକ ଦେଇଥିଲା। ଝାଡ଼ଖଣ୍ଡ ଚାଇଁବୋସା ଜିଲ୍ଲା ମଝିଗାଁ ମେଡିକାଲ୍ ଅଞ୍ଚଳର ଏହି ୨୯ ବର୍ଷୀୟ ଏମରଜ୍‌ ଓରଫ୍‌ ବାବୁ ଦୁଇଟି ରାଜ୍ୟ ପୁଲିସର ନିଦ ହଜାଇ ଦେଇଥିଲା। ଏବେ ତାକୁ ଗିରଫ କରାଯିବା ପରେ ଝାଡ଼ଖଣ୍ଡ-ଓଡ଼ିଶା ସୀମାରେ ସକ୍ରିୟ ଥିବା ନକ୍ସଲ୍ ଲିଙ୍କ୍ ସାମ୍‌ନାକୁ ଆସିଛି। ମଝିଗାଁ ନକ୍ସଲ୍ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଏମରଜ୍‌ର ଏ ପ୍ରକାର ବଟି ଆଦାୟ ପଛରେ ନକ୍ସଲ୍ ସଂଗଠନର ହାତ ଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, କଟକ ବିଡ଼ାନାସୀ ମଠସାହିର ସିଫା ହସ୍‌ପିଟାଲ ମାଲିକ ଡାକ୍ତର ସମି ସଲିମ ନିର୍ଦ୍ଦିଷ୍ଟ ଏକ ମୋବାଇଲ୍ ନମ୍ବରରୁ ଜାନୁଆରି ୫ ତାରିଖରେ ହତ୍ୟା ଧମକ ପାଇଥିଲେ। ଫୋନ୍‌ କରିଥିବା ଲୋକଟି ନିଜକୁ ନକ୍ସଲ ବୋଲି ପରିଚୟ ଦେବାସହିତ ୫୦ ଲକ୍ଷ ଟଙ୍କା ବଟି ମାଗିଥିଲା। ପରେ ପରେ ହ୍ବାଟସ୍‌ଆପ୍‌ରେ ଧମକପୂର୍ଣ୍ଣ ମେସେଜ୍‌ ଦେଇଥିଲା। ଟଙ୍କା ନଦେଲେ ଡାକ୍ତରଙ୍କ ଝିଅକୁ ଅପହରଣ କରିନେବାକୁ ବି ଧମକ ଆସିଥିଲା। ଏ ସମ୍ପର୍କରେ ଡାକ୍ତର ସଲିମ୍‌ ଗଲା ୧୦ ତାରିଖରେ ବିଡ଼ାନାସୀ ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାକୁ ଗୁରୁତ୍ବର ସହିତ ନେଇ ବିଡ଼ାନାସୀ ଥାନା ଏସ୍‌ଆଇ ନିରଞ୍ଜନ ଭୋଇଙ୍କୁ ତଦନ୍ତ ଭାର ଦେଇଥିଲା। ଉକ୍ତ ଫୋନ୍ ନମ୍ବରକୁ ଟ୍ରାକ୍ କରିବା ପରେ ପୁଲିସ ଝାଡ଼ଖଣ୍ଡର ମଝିଗାଁ ଓ ନୂଆଁମୁଣ୍ଡି ସମେତ କେନ୍ଦୁଝରର ଯୋଡ଼ା, ବଡ଼ବିଲ, କେନ୍ଦୁଝର ଟାଉନ ଓ ଢେଙ୍କାନାଳରେ ଚଢ଼ଉ କରିଥିଲା। କିନ୍ତୁ ପୁଲିସ ତାକୁ ଠାବ କରିପାରି ନଥିଲା। ନିୟମିତ ବ୍ୟବଧାନରେ ମୋବାଇଲ୍ ଲୋକେସନ୍ ବଦଳାଉଥିବାରୁ ଅଭିଯୁକ୍ତ ନିକଟରେ ପହଞ୍ଚିବା ପୁଲିସ ପାଇଁ ସହଜ ହୋଇନଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com