Featuredଓଡ଼ିଶାସ୍ୱାସ୍ଥ୍ୟ

ଜହର ପାଲଟୁଛି ଥଣ୍ଡା ପାନୀୟ, ପିଉଥିଲେ ସାବଧାନ!

ଯାଜପୁର: ଆପଣ ଥଣ୍ଡା ପିଉଛନ୍ତି କି ? ଖରାଦିନେ ତ ଭଳିକି ଭଳି ଥଣ୍ଡାର ଚାହିଦା ଖୁବ୍ ଅଧିକ । ତେବେ ଆପଣ ବି ଥଣ୍ଡା ପ୍ରେମରେ ପଡ଼ିଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ଅନେକ ସମୟରେ ଥଣ୍ଡା ବୋତଲରୁ ପୋକ ସମେତ ଅନ୍ୟ ଆବର୍ଜନା ବାହାରୁଥିବା ଆପଣ ଜାଣିଥିବେ । ତେଣୁ କେତେବେଳେ ଆପଣ ଥଣ୍ଡା ପିଉ ପିଉ ଏହି ପୋକ ମଧ୍ୟ ପିଇଦେଇପାରନ୍ତି । କାରଣ ବର୍ତ୍ତମାନ କୋକା କୋଲା ଥଣ୍ଡା ବୋତଲରେ ପୋକ ଭାସୁଥିବା ଖବର ସାମ୍ନାକୁ ଆସିଛି । ଯଦିଓ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଏଭିଳି ଅନେକ ଅଭିଯୋଗ ସାମ୍ନାକୁ ଆସିଛି । କିନ୍ତୁ ବର୍ତ୍ତମାନେ ଏଭଳି ଖବର ଯାଜପୁର ଜିଲ୍ଲାରୁ ଆସିଛି ।

ଜଣେ ଗ୍ରାହକ କୋକା କୋଲା ଥଣ୍ଡାରେ ପୋକ ଭାସୁଥିବା ଅଭିଯୋଗ ଆଣିଛନ୍ତି । ଦେଖୁନାହାନ୍ତି କେମିତି କୋକା କୋଲା ଥଣ୍ଡା ବୋତଲ ଭିତରେ ଭାସୁଛି ବଡ଼ ବଡ଼ ପୋକ । ଯାଜପୁର ଟାଉନ ସ୍ଥିତ ବିରଜା ମନ୍ଦିର ନିକଟରେ ଥିବା ଏକ ପାନ ଦୋକାନକରୁ ଜଣେ ଗ୍ରାହକ କୋକା କୋଲା ଥଣ୍ଡା ମାଗିଥିଲେ । ଦୋକାନୀ ଜଣକ ମଧ୍ୟ ଗ୍ରାହକଙ୍କ ମନ ପସନ୍ଦର ଥଣ୍ଡା ଦେଇଥିଲେ । କିନ୍ତୁ ବୋତଲ ଖୋଲିବା ପୂର୍ବରୁ ଗ୍ରାହକଙ୍କ ନଜର ପଡ଼ିଥିଲା ବୋତଲ ଭିତରକୁ । ଆଉ ବୋତଲ ଭିତରେ ଏକ ବଡ଼ ପୋକ ଭାସୁଥିବାର ନଜର ଆସିଥିଲା । ଯାହାକୁ ନେଇ ଗ୍ରାହକ ଜଣକ ଅସନ୍ତୋଷ ପ୍ରକାଶ କରିଥିଲେ । କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ।

ତେବେ ଏଠି ଆମେ କେବଳ ଏତିକି କହିବୁ ଯେତେବେଳେ ବି ଆପଣ ବାହାରୁ କିଛି କିଣି ଖାଉଛନ୍ତି ତାହା ପୂର୍ବରୁ ଭଲ ଭାବେ ଦେଖି ପରଖି ନିଅନ୍ତୁ । ଯେମିତି ଆପଣ କୌଣସି ଅସୁବିଧାରେ ନପଡ଼ନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com