Breaking NewsFeaturedଅନ୍ୟାନ୍ୟ

ପୁଣି ଓଲଟିଲା ଟ୍ରେନ..କାରଣ କେମିକାଲ ଲିକ୍..ଦୁର୍ଘଟଣା ପରେ ରାଜ୍ୟରେ ଜରୁରୀପରିସ୍ଥିତି ଘୋଷଣା

ପୁଣି ଟ୍ରେନ ଦୁର୍ଘଟଣା । ଗଲା କିଛି ଦିନ ହେବ ବାରମ୍ବାର ଟ୍ରେନ ଦୁର୍ଘଟଣା ଘଟୁଛି । ଯେଉଁଥିପାଇଁ ଲୋକେ ଟ୍ରେନରେ ଯିବାକୁ ଭୟକରୁଛନ୍ତି । ନିକଟରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା କଥା ମନରୁ ନ ଲିଭୁଣୁ ପୁଣି ଘଟିଛି ଦୁର୍ଘଟଣା ।ଖାଲି ଏତିକି ନୁହେଁ ଗଲା କିଛି ଦିନ ହେବ ଲଗାତାର ଭାବେ ଟ୍ରେନ୍ ଦୁର୍ଘଟଣା ଭଳି ଖବର ସାମ୍ନାକୁ ଆସୁଛି । ଏଥର କିନ୍ତୁ ଆମ ଦେଶ କି ରାଜ୍ୟ ନୁହେଁ ବରଂ ଆମେରିକାରୁ ଆସିଛି ଟ୍ରେନ ଦୁର୍ଘଟଣାର ଭୟଙ୍କର ଚିତ୍ର । ବୁଧବାର ଏହି ଭୟାନକ ଦୁର୍ଘଟଣା ଘଟିଥିବାବେଳେ ଆମେରିକାର କେଣ୍ଟୁକି ସହରରେ ଲାଇନଚୁ୍ୟତ ହୋଇ ଓଲଟି ପଡିଛି ଟ୍ରେନ । ଫଳରେ ମାରାତ୍ମକ ରାସାୟନିକ ପଦାର୍ଥ ଲିକ୍ ହୋଇଛି । ଏନେଇ ସ୍ଥାନୀୟ ଗଭର୍ଣ୍ଣନର ଆଣ୍ଡି ବେଶିୟର ସହରରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି ।

ଦୁର୍ଘଟଣାରେ ଟ୍ରେନର ୧୬ଟି ବଗି ଲାଇନ୍ଚ୍ୟୁତ ହୋଇଛି ।ତେବେ ଦୁର୍ଘଟଣାର କେମିକାଲ ଲିକ୍ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି । କାରଣ ଟ୍ରେନର ଦୁଇଟି ବଗିରେ ତରଳ ସଲ୍ଫର ରଖାଯାଇଥିଲା, ଦୁର୍ଘଟଣା ସମୟରେ ଏଥିପାଇଁ ନିଆଁ ଲାଗିଯାଇଥିଲା। କୁହାଯାଏ ଯେ, ତରଳ ସଲ୍ଫରରେ ନିଆଁ ଲାଗିଲେ ସେଥିରୁ ସଲ୍ଫର ଡାଇଅକ୍ସାଇଡ୍ ନିର୍ଗତ ହୋଇଥାଏ। ଅଧିକାରୀମାନେ ସ୍ଥାନୀୟ ଲୋକଙ୍କୁ ଘଟଣାସ୍ଥଳରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି। ଟ୍ରେନ୍ ପରିଚାଳନା କରୁଥିବା କମ୍ପାନୀ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ମିଶି ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରୁଛି।

କମ୍ପାନୀ କହିଛି ଯେ ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଆମେ ନିରନ୍ତର କାର୍ୟ୍ୟ କରୁଛୁ। ଏହି କାର୍ୟ୍ୟରେ ଆମେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ନେଉଛୁ। ଆମେ ନାଗରିକଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ। କେଣ୍ଟୁକିର ଗଭର୍ଣ୍ଣର ‘ଏକ୍ସ’ରେ ଏକ ପୋଷ୍ଟରେ ଲେଖିଛନ୍ତି, ଆମେ ରାଜ୍ୟର ସମସ୍ତ ସମ୍ବଳ ଉପଯୋଗ କରି ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଉଛୁ।

Related Articles

Back to top button
WP Twitter Auto Publish Powered By : XYZScripts.com