ଅନ୍ୟାନ୍ୟ

ଟ୍ରକକୁ ଧକ୍କା ଦେଲା ବସ, ୩୦ ଆହତ

ଜୟପୁର() ଭୟଙ୍କର ଦୁର୍ଘଟଣା । ଟ୍ରକ୍‌କୁ ପଛପଟୁ ପିଟିଲା ବସ୍। ଏପରି ଅଭବାନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ। ଜୟପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନାନୁସାରେ, ଆନ୍ଧ୍ର ପ୍ରଦେଶର ସୋମପେଟା ନିକଟରେ ଭୋର୍ ୫ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି।  ବସଟି ବ୍ରହ୍ମପୁରରେ ପହଁଚିବାର କିଛି ସମୟ ପୂର୍ବରୁ ଦୁର୍ଘଟଣାର ସାମ୍ନା କରିଥିଲା । ଏହା ଏକ ଟ୍ରକକୁ ପିଟି ଦେଇଥିଲା । ଫଳରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com