ଅନ୍ୟାନ୍ୟ

ଚୀନ ମୁତୟନ କରୁଛି ଅଧିକରୁ ଅଧିକ ଯୁଦ୍ଧ ବିମାନ ଓ ଡ୍ରୋନ

ଭୁବନେଶ୍ୱର, ୨୦/୧୨/୨୦୨୨-   ଚୀନ ତାର ବାୟୁସେନା ଘାଟିରେ ଅଧିକରୁ ଅଧିକ ଯୁଦ୍ଧ ବିମାନ ଓ ଡ୍ରୋନ ଆଦି ମୁତୟନ କରୁଛି । ଖାଲି ଏତିକି ନୁହେଁ ବାଙ୍ଗଦା ବିମାନ ଘାଟିରେ ସୋରିଙ୍ଗ ଡ୍ରାଗନ ଡ୍ରୋନ ମୁତୟନ କରିଛି । ବାଙ୍ଗଦା ବିମାନ ଘାଟି ଅରୁଣାଚଳ ସୀମାଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ରହିଛି । ଏହା ପୂର୍ବରୁ ଡିସେମ୍ବର ୧୧ ତାରିଖରେ ଆମେରିକା ପ୍ରତିରକ୍ଷା ୱେବସାଇଟ୍ ୱାର ଜୋନ ପକ୍ଷରୁ କିଛି ଉପଗ୍ରହ ଫଟୋ ଜାରି କରା ଯାଇଥିଲା । ଏଥିରେ ତିବ୍ଦତର ସିଗାତ୍ସେପିସ୍ ବିମାନବନ୍ଦରରେ ୧୦ଟି ଯୁଦ୍ଧ ବିମାନ ଏବଂ ୭ଟି ଡ୍ରୋନ୍ ଦେଖିବାକୁ ମିଳିଥିଲା । ଚୀନର ଏଭଳି କାର୍ଯ୍ୟଦେଖି ଭାରତୀୟ ବାୟୁସେନା ଲଗାତର ୨ ଦିନ ଧରି ଯୁଦ୍ଧାଭ୍ୟାସ କରୁଥିବା ଜଣାପଡ଼ିଛି । ଡିସେମ୍ବରର ୯ ତାରିଖରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରରେ ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଚୀନର ଅନୁପ୍ରବେଶ ଉଦ୍ୟମକୁ ରୋକିବାକୁ ଭାରତୀୟ ଯବାନ ମାନେ ମୁହଁତୋଡ ଜବାବ ଦେଇଥିଲେ । ଫଳରେ ପଛଘୁଞ୍ଚା ଦେଇଥିଲେ ଚୀନ ସେନା ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com