Featuredଅନ୍ୟାନ୍ୟ

ପୋଷ୍ଟ ଅଫିସ୍ ଏଫଡି ନିୟମରେ ସରକାର ବଡ ଧରଣର ପରିବର୍ତ୍ତର୍ନ

ପୋଷ୍ଟ ଅଫିସ୍ ଏଫଡି ନିୟମରେ ସରକାର ବଡ ଧରଣର ପରିବର୍ତ୍ତର୍ନ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୭ ନଭେମ୍ବର ୨୦୨୩ରେ ଜାରି ଏକ ଅଧିସୂଚନା ଅନୁସାରେ ଡାକଘରେ ସାବିଧି ଜମା ଅର୍ଥାତ୍ ଏଫ୍‌ଡି ଲାଗି ସମୟପୂର୍ବରୁ ଉଠାଣ ନିୟମରେ ସଂଶୋଧନ କରାଯାଇଛି । ନୂଆ ନିୟମ ଅନୁସାରେ ୧୦ ନଭେମ୍ବର ୨୦୨୩ କିମ୍ବା ଏହାପରେ ଖୋଲାଯାଇଥିବା ୫ ବର୍ଷୀୟ ଡାକଘର ଏଫଡିରୁ ୪ ବର୍ଷ ପରେ ହିଁ ପଇସା ଉଠାଣ କରାଯାଇପାରିବ । କିନ୍ତୁ ୯ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଖୋଲାଯାଇଥିବା ଏଫଡି ଲାଗି ସମୟ ପୂର୍ବରୁ ଉଠାଣ ଲାଗି ପୂର୍ବର ନିୟମ ଲାଗୁ ହେବ ।

ନୂଆ ନିୟମ ଅନୁସାରେ କୌଣସି ବି ପୋଷ୍ଟ ଅଫିସ୍ ଏଫଡିକୁ ଜମା ତାରିଖର ୬ ମାସ ପୂର୍ବରୁ ଉଠାଯାଇ ପାରିବ ନାହିଁ । ସେହିପରି ୫ ବର୍ଷୀୟ ଏଫଡିକୁ ୪ ବର୍ଷ ପୂରଣ ହେବା ପୂର୍ବରୁ ଉଠାଯାଇ ପାରିବ ନାହିଁ । ଯଦି ୧, ୨କିମ୍ବା ୩ ବର୍ଷୀୟ ଡାକଘର ଏଫଡିକୁ ୬ ମାସ ପରେ ଅର୍ଥାତ୍ ଜମା ତାରିଖର ଏକ ବର୍ଷ ପୂର୍ବରୁ ଉଠାଯିବ ତେବେ ଜମା ଉପରେ ସେହି ଅବଧି ଲାଗି କେବଳ ଡାକଘର ସଞ୍ଚୟ ଖାତା ଉପରେ ସୁଧ ମିଳିବ ଯାହା କି ବହୁତ କମ୍ ରହିବ । ସେହିପରି ଯଦି ୧ବର୍ଷ କିମ୍ବା ୨ ବର୍ଷର ଏଫଡିକୁ ଏକ ବର୍ଷ ପରେ ସମୟ ପୂର୍ବରୁ ଉଠାଣ କରାଯିବ ତେବେ ୧ବର୍ଷ କିମ୍ବା ୨ ବର୍ଷୀୟ ଏଫଡି ଉପରେ ଲାଗୁ ସୁଧ ଉପରେ ୨% ଜୋରିମାନା କଟାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com