ଅନ୍ୟାନ୍ୟ

ସହକାରୀ ପ୍ରାଧ୍ୟାପକ ପାଇଁ PhD ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ୱର, ୧୨/୦୩/୨୦୨୩ –    ସ୍ନାତକୋତ୍ତର ପରେ ନେଟରେ ଉତ୍ତୀର୍ଣ୍ଣ ଆଶାୟୀ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବେ । ଏହା ସ୍ପଷ୍ଟ କରିଛି UGC । ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ପିଏଚ୍‌‌ଡି ବାଧ୍ୟତାମୂଳକ ନୁହଁ ।

UGC ଅଧ୍ୟକ୍ଷ ପ୍ରଫେସର ଏମ୍‌‌ ଜଗଦେଶ କୁମାର କହିଛନ୍ତି ଯେ, ନୂତନ ଶିକ୍ଷା ନୀତିରେ ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଉଛି । ଦେଶର ଶିକ୍ଷା ରୂପାନ୍ତରଣରେ ‘ନୂଆ ଶିକ୍ଷା ନୀତି ୨୦୨୦’ ଅଭୂତପୂର୍ବ ସଫଳତା ଆଣିବ । ଆନ୍ତର୍ଜାତିକ ସ୍ତରରେ ଭାରତର ଶିକ୍ଷା ବ୍ୟବସ୍ଥା ଏକ ସ୍ୱତନ୍ତ୍ର ପରିଚିତି ହାସଲ କରିବ । ସେହିଭଳି ଆସନ୍ତା ଶିକ୍ଷା ବର୍ଷରେ ‘ଡିଜିଟାଲ୍‌‌ ବିଶ୍ୱବିଦ୍ୟାଳୟ’ କାର୍ଯ୍ୟକ୍ଷମ ହେବା ସହ ‘ୱାନ ନେସନ୍‌‌ ୱାନ୍‌‌ ଡାଟା’ ନାମକ ଏକ ପୋର୍ଟାଲ UGC ପକ୍ଷରୁ ବିକଶିତ କରାଯାଉଥିବା ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com