ଅନ୍ୟାନ୍ୟ

ପିଏଫଆଇ ସଂଗଠନର ଟାର୍ଗେଟରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, ୨୪/୦୯/୨୦୨୨-  ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଭିଯୋଗରେ ଏନଆଇଏ ଏବଂ ଇଡି ପକ୍ଷରୁ ସାରା ଦେଶରେ ଜାରି ହେଇଥିବା ସମୂହ ରେଡ୍ ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହି ମର୍ମରେ ଖୋଦ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟାର୍ଗେଟରେ ଥିବା କଥା ଜଣାପଡିବା ପରେ ତଦନ୍ତକାରୀ ଅଧିକାରୀଙ୍କୁ ଏହା ବିଚଳିତ କରିଛି ।

ନିକଟରେ ଗିରଫ ହୋଇଥିବା ପିଏଫଆଇ ସଂଗଠନର ଜଣେ ସଦସ୍ୟ ରଫିକ ପୈଠ ଜେରା ବେଳେ ଏକ ବଡ ଖୁଲାସା କରିଛି । ରଫିକ କହିଛି, ତାଙ୍କ ସଂଗଠନର ଟାର୍ଗେଟରେ ଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ପାଟନା ରାଲିରେ ମାହୋଲ ବିଗାଡିବାକୁ ଚାହୁଁଥିଲେ ପିଏଫଆଇର ମୁଖ୍ୟ । ଏନେଇ ବ୍ୟାନର ଓ ପୋଷ୍ଟର ମଧ୍ୟ ପ୍ରସ୍ତୁତ ହୋଇ ସାରିଥିଲା । ଚଳିତବର୍ଷ ଜୁଲାଇ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ରାଜଧାନୀ ପାଟନାରେ ଏକ ସଭା କରିଥିଲେ । ଏହି ରାଲି ପୂର୍ବରୁ ଏଠାରେ ହିଂସା କରିବାକୁ ପିଏଫଆଇ ତରଫରୁ କିଛି ଲୋକଙ୍କୁ ଟ୍ରେନିଂ ଦିଆଯାଇଥିଲା । କେବଳ ସେତିକି ନୁହେଁ ଯାଂଚ ବେଳେ ଜଣା ପଡିଛି ଯେ ଗୋଟିଏ ବର୍ଷ ମଧ୍ୟରେ ପିଏଫଆଇର ଆକାଉଣ୍ଟକୁ ୧୨୦ କୋଟି ଟଙ୍କା ଆସିଛି । ଏହାସହ ଏକାଉଣ୍ଟରେ ଯେତିକି ଟଙ୍କା ଅଛି ତା ଠାରୁ ଦୁଇଗୁଣା ଟଙ୍କା ନଗଦ ଆକାରରେ କାର୍ଯ୍ୟାଳୟଗୁଡିକରୁ ଜବତ ହୋଇଛି ।

ସେପଟେ ଏନଆଇଏର ଚଢାଉ ବେଳେ କେବଳ କେରଳରୁ ୨୨ ଜଣ ପିଏଫଆଇ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ମୋଟ ୧୦୬ ଜଣଙ୍କୁ ଗିରଫ କରାଯାଇଛି । ଏହାକୁ ବିରୋଧ କରି ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ବନ୍ଦ ଡାକରା ଦିଆଯିବା ସହ ପ୍ରତିବାଦ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com