Featuredଅନ୍ୟାନ୍ୟ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ହେଲପଲାଇନ୍ ନମ୍ବର

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ହେଲପଲାଇନ୍ ନମ୍ବର ମଧ୍ୟ ଲୋକାର୍ପିତ ହୋଇଛି । ଏହି ହେଲପ ଲାଇନ୍ ନମ୍ବର -୧୮୦୦୧୨୦୧୨୦୧୦୪ କେବଳ ରାଜ୍ୟ ବାହାରର ଓଡ଼ିଆ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ।

ଏହି ନମ୍ବରକୁ ଫୋନ୍ କରି ସେମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ଆଶୀର୍ବାଦ ହୋଇଛି । ଲୋକମାନେ ସୁବିଧାରେ ବିନା ଖର୍ଚ୍ଚରେ ଉତ୍ତମ ଚିକିତ୍ସା ସେବା ପାଇଁ ପାରୁଛନ୍ତି । ପ୍ରତିମାସରେ ୧ଲକ୍ଷରୁ ଅଧିକ ରୋଗୀ ଚିକିତ୍ସା ସୁବିଧା ପାଉଛନ୍ତି ।

ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଲୋକଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ସ୍ୱତନ୍ତ୍ର ହେଲପଲାଇନ୍ ନମ୍ବର ୧୮୦୦୧୨୦୧୨୦୧୦୪କୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ଓ ଏହି ମନ୍ତ୍ରକୁ ଆଗରେ ରଖି କାମ କରି ଚାଲିବୁ ବୋଲି ସେ କହିଛନ୍ତି । ସେ ଆଜି ୧୪୦କୋଟି ଟଙ୍କା ବ୍ୟୟରେ ୧୦୩ଟି ପ୍ରକଳ୍ପର ଲୋକାର୍ପଣ କରିବା ସହ ୧୦୦୦କୋଟି ଟଙ୍କା ବ୍ୟୟରେ ୩୭୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାକୁ ଏକ ରୋଲ୍ ମଡେଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com