Featuredକ୍ରୀଡ଼ା

୨୦୨୪ ଟ୍ୱେଣ୍ଟି -୨୦ ବିଶ୍ୱକପରେ କ୍ୟାପଟେନ୍ ରହିବେ ରୋହିତ ଶର୍ମା; ଜାଣନ୍ତୁ ପଥମେ କାହାକୁ ଭେଟିବ ଭାରତ?

ଟ୍ୱେଣ୍ଟି -୨୦ ବିଶ୍ୱକପରେ ଭାରତର କ୍ୟାପଟେନ ରହିବେ ରୋହିତ ଶର୍ମା । ଏପରି କହିିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ । ସୌରାଷ୍ଟ୍ରର ରାଜକୋଟରେ ନିରଞ୍ଜନ ଶାହ ଷ୍ଟାଡିୟମର ଉଦଘାଟନ ଅବସରରେ ଜୟ ଶାହ ଏହା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଆମେ ୨୦୨୩ ଦିନିକିଆ ବିଶ୍ୱକପ ହାରିଛୁ ସତ, କିନ୍ତୁ କ୍ରମାଗତ ୧୦ଟି ମ୍ୟାଚ୍ ଜିତି ଆମେ ସମସ୍ତଙ୍କ ହୃଦୟକୁ ଜିତି ପାରିଛୁ ।

୨୦୨୨ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ଭାରତ ହାରିବା ପରଠାରୁ ରୋହିତ ଶର୍ମା ଟି-୨୦ ମ୍ୟାଚ୍ ଖେଳି ନଥିଲେ । ସେହିପରି ଦିନିକିଆ ବିଶ୍ୱକପରେ ଫାଇନାଲ ମ୍ୟାଚ ହାରିବାପରେ ରୋହିତ ବେଶ୍ କିଛିଦିନ ଦୁଃଖରେ ରହିଥିଲେ । ଏହି ଦୁଇଟି କାରଣ ପାଇଁ ସେ ୨୦୨୪ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଖେଳିବା ନେଇ ସନ୍ଦେହ ରହିଥିଲା । କିନ୍ତୁ ନିକଟରେ ଶେଷ ହୋଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ କମବ୍ୟାକ କରିଥିଲେ। ପ୍ରଥମ ଦୁଇ ମ୍ୟାଚ୍‌ରେ ବିଫଳ ହୋଇଥିବା ରୋହିତ ଶେଷ ଟି-୨୦ରେ ଶତକ ହାସଲ କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି । ତେଣୁ ସେ ଆଗାମୀ ଟ୍ୱେଣ୍ଟି -୨୦ ବିଶ୍ୱକପ୍ ଖେଳିବା ସହ ଅଧିକାୟକ ରହିବା ନେଇ ଜୟ ଶାହ ସ୍ପଷ୍ଟ କରିଛନ୍ତି । ତେବେ ଟି-୨୦ ବିଶ୍ୱକପ ଜୁନ ୧ରୁ ୨୯ ଯାଏ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବ ।

ଏହି ବିଶ୍ୱକପରେ ଭାରତ ତା’ର ଅଭିଯାନ ଆୟର୍ଲ୍ୟାଣ୍ଡ ବିପକ୍ଷରୁ ଆରମ୍ଭ କରିବ । ଏହି ମ୍ୟାଚ୍‌ଟି ଜୁନ ୫ରେ ନ୍ୟୁୟର୍କରେ ଖେଳାଯିବ । ସେହିପରି ଜୁନ ୯ରେ ପାକିସ୍ତାନ ଓ ୧୫ରେ କାନାଡା ସହ ମୁହାଁମୁହିଁ ହେବ ଭାରତ । ତେବେ ୨୦୨୪ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଜିତିବ ବୋଲି କହିଛନ୍ତି ଜୟ ଶାହ ।

Related Articles

Back to top button
WP Twitter Auto Publish Powered By : XYZScripts.com