Breaking NewsFeaturedଓଡ଼ିଶାଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ଦୁର୍ଘଟଣା ପରଠୁ ବାହାନଗା ଟ୍ରାକ୍‌ ଦେଇ ଗଡ଼ିଲାଣି ୧୨ଟି ଟ୍ରେନ୍‌

ଯୁଦ୍ଧକାଳୀନ ଭିତ୍ତିରେ ଟ୍ରେନ୍ ଟ୍ରାକ୍ ପୁନଃ କାର୍ଯ୍ୟକ୍ଷମ ହୋଇଛି

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ମାତ୍ର ୫୧ ଘଣ୍ଟାରେ ବାହାନଗା ଟ୍ରାକ୍‌ରେ ଗଡ଼ିଲା ଟ୍ରେନ୍ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିଲା ପୁନରୁଦ୍ଧାର କାର୍ଯ୍ୟ । ସେପଟେ ଏବେ ବି ଆମର ଦାୟିତ୍ୱ ସରିନି କହି ଲୁହ ଝରାଇଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତେବେ ବୁଧବାର ସୁଦ୍ଧା ଟ୍ରେନ୍ ଚଳାଚଳ ସ୍ୱଭାବିକ ହେବ ବୋଳଇ ଆକଳନ କରାଯାଇଥିଲେ ବି ୨ ଦିନ ଆଗରୁ ଏହା ସଫଳତାର ସହ ସମ୍ପନ୍ନ ହୋଇଛି । ଯାହାକି କାର୍ଯ୍ୟରେ ନିୟୋଜିତ ଶହ ଶହ କର୍ମୀ ତଥା ରେଳ ମନ୍ତ୍ରୀ ଅଶ୍ୱୀନି ବୈଷ୍ଣବଙ୍କର ଅକ୍ଳାନ୍ତ ପରିଶ୍ରମର ଏକ ନିଚ୍ଛକ ଉଦାହାରଣ । ଏହି ସଫଳତାର ଶ୍ରେୟକୁ ଅଶ୍ୱୀନି ବୈଷ୍ଣବ କର୍ମଚାରୀ ଓ ଶ୍ରମିକଙ୍କୁ ଜଣାଇଛନ୍ତି । ତେବେ ପ୍ରଥମେ ରବିିବାର ରାତିରେ ଅପ୍ ଆଣ୍ଡ ଡ଼ାଉନ୍ ଲାଇନ୍‌ରେ ପରୀକ୍ଷାମୂଳକ ଭାବରେ ଟ୍ରେନ୍ ଚଳାଚଳ ହୋଇଥିଲା । ଏହାପରେ ସୋମବାର ସକାଳୁ ପ୍ରଥମେ କୋଲକାତା ପଟୁ ଚେନ୍ନାଇ ଆଡ଼କୁ ସାଲିମାର ଏକ୍ସପ୍ରେସ୍ , ମସୁରୀ ଏକ୍ସପ୍ରେସ୍ ଯାଇଛି । ଅନ୍ରପଟେ ଭୁବନେଶ୍ୱର ପଟୁ ପୁରୁଷତ୍ତମ ଏକ୍ସପ୍ରେସ୍ କୋଲକାତା ଆଡ଼କୁ ଯାଇଛି । ଏହା ବ୍ୟତୀତ ମାଲବାହୀ ଟ୍ରେନ୍ ମଧ୍ୟ ଗଡ଼ୁଚି । ରେସ୍କ୍ୟୁ ଡ଼୍ୟୁଟି ସାରି କିଛି କର୍ମଚାରୀ ଏହି ଟ୍ରେନ୍‌ରେ ନିଜ ଗନ୍ତବ୍ୟ ସ୍ଥଳକୁ ଫେରୁଥିବା ମଧ୍ୟ ଦେଖାଯାଇଛି । ଅନ୍ୟ ପଟେ ସୁରକ୍ଷା ଦୃଷ୍ଟିରୁ ପୁରୀ -ପାଟନା ବୈଦ୍ୟନାଥଧାମ୍ ଏକ୍ସପ୍ରେସ୍ ଓ ଖୋର୍ଦ୍ଧା-ଖଡ଼ଗପୁର୍ ଏକ୍ସପ୍ରେସ୍ କୁ ବାତିଲ୍ କରାଯାଇଛି ।

ତେବେ ପରୀକ୍ଷାମୂଳକ ଭାବେ ଯେତେବେଳେ ଟ୍ରାକ୍‌ରେ ମାଲବାହୀ ଟ୍ରେନ୍ ଗଡ଼ିଥିଲା ସେତେବେଳେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ରେନ୍‌କୁ ପ୍ରଣାମ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଖୁବ୍ ଶୀଘ୍ର ମରାମତି କାର୍ଯ୍ୟ ଶେଷ ହୋଇ ଥିବାରୁ ସେ ସମସ୍ତ ଶ୍ରେୟ ନିୟୋଜିତ କର୍ମଚାରୀ ଓ ଶ୍ରମିକଙ୍କୁ ଦେଇଛନ୍ତି । ଏହି ସମୟରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ସେ କହିଥିଳେ ଯେ ଏତିକିରେ ଦାୟିତ୍ୱ ସରିଯାଇନି । ଏହା ପରେ ନିଜକୁ ସମ୍ଭାଳି ପାରି ନଥିଲେ ଅଶ୍ୱିନୀ ବୈଷ୍ଣବ । ଏଭଳି ଭୟଙ୍କ ଦୁର୍ଘଟଣାରେ ମୃତାହତ ଏବଂ ସେମାନଙ୍କ ପରିବାର କଥା ଭାବି ତାଙ୍କ ଅଖିରୁ ଲୁହ ଝରି ପଡ଼ିଥିଲା । ଏଥି ସହିତ ଏହି ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ରେଲୱେ ବୋର୍ଡ ପକ୍ଷରୁ ସୁପାରିସ୍ କରାଯାଇଛି । ସେପଟେ ଏହି ଘଟଣା ପାଇଁ ଯିଏ ଦାୟୀ ତା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Related Articles

Back to top button
WP Twitter Auto Publish Powered By : XYZScripts.com