Featuredଜାତୀୟଜୀବନଶୈଳୀବାଣିଜ୍ୟମନୋରଞ୍ଜନ

ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କଲେ ସାଉଥ୍ ସୁପରଷ୍ଟାର୍ ମହେଶ ବାବୁଙ୍କ ଝିଅ ସୀତାରା

ଏକ ଅଳଙ୍କାର ବିଜ୍ଞାପନରେ ଚମକୁଛନ୍ତି ଚୁଲବୁଲି

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସାଉଥ ସୁପର ଷ୍ଟାର ମହେଶ ବାବୁଙ୍କ ଝିଅ ସୀତାରା ଘଟାମନେନି ପିଲା ବୟସରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛନ୍ତି । ନିକଟରେ ସୀତାରା ବଲିଉଡ ବାଦସାହା ଶାହରୁଖ ଖାନଙ୍କ ଝିଅ ସୁହାନା ଖାନଙ୍କ ଟିମ୍ ସହ ସାମିଲ୍ ହୋଇଯାଇଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ସୀତାରା ଏବେ ଏକ ଅଳଙ୍କାର ବିଜ୍ଞାପନରେ ନଜର ଆସିବେ । ଉକ୍ତ ଅଳଙ୍କାର ବ୍ରାଣ୍ଡର ବିଜ୍ଞାପନର ଶୁଟ କରିଛନ୍ତି ସୀତାରା । ନିଜେ ମହେଶ ବାବୁ ଝିଅ ସୀତାରଙ୍କର ଶୁଟିଂ ସମୟର ଦୁଇଟି ଫଟୋ ସୋସିଆଲ ମିଡିଆରେ ଶେଆର କରିଛନ୍ତି । ଯେଉଁଥିରେ କ୍ୟାପସନରେ ଲେଖାଯାଇଛି ସୀତାରା ଘଟାମନେନି ହେଉଛନ୍ତି ମୋଷ୍ଟ ହ୍ୟାପିଂ ଷ୍ଟାର କିଡ୍ । ଯିଏକି ଏକ ପ୍ରମୁଖ ଅଳଙ୍କାରର ବିଜ୍ଞାପନ ପାଇଁ ବଡ଼ କଣ୍ଟାକ୍ଟ ସାଇନ କରିଛନ୍ତି । ଏଥିପାଇଁ ଗର୍ବିତ ତାଙ୍କ ପିତାମାତା ମହେଶ ବାବୁ ଏବଂ ନମ୍ରତା ।

ଏଠି କହିରଖୁଛୁ ଯେ ଏହି ବିଜ୍ଞାପନ ପାଇଁ ସୀତାରାଙ୍କ ବିଷୟରେ ସମସ୍ତ ତଥ୍ୟ ଗୋପନୀୟ ରଖାଯାଇଥିଲା । ଏହି ଆଡଟି ୩ଦିନ ଧରି ଏକ ଅଜଣା ସ୍ଥାନରେ ଶୁଟ୍ ହୋଇଥିଲା । ଏଥିରେ ଅଭିଜ୍ଞ କୃ-ମେମ୍ବର ଏବଂ ଟେକ୍ନିସିଆନମାନେ ସାମିଲ ଥିଲେ । ମାତ୍ର ୧୦ ବର୍ଷ ବୟସରେ ସୀତାରା ନିଜ କ୍ୟାରିୟରରେ ଏତେ ଆଗକୁ ଯାଇଥିବାରୁ ବାପା ମହେଶ ବାବୁ ଏବଂ ମା ନମ୍ରତା ଶିରୋଦକର ଝିଅକୁ ନେଇ ଗର୍ବିତ ଅଛନ୍ତି । ଆଗକୁ ସୀତାରା ଟେଲିଭିଜନ ତଥା ଅନ୍ୟାନ ପ୍ଲାଟଫର୍ମରେ ନଜର ଆସିବେ ବୋଲି ଆଶା କରାଯାଇଛି । ସେହିପରି ସୀତାରା ହେଉଛନ୍ତି ତେଲଗୁ ଇଣ୍ଡଷ୍ଟ୍ରିର ପ୍ରଥମ ତାରକା ପିଲା ଯିଏକି ଏକ ଅଳଙ୍କାର ପାଇଁ ବ୍ରାଣ୍ଡ ଆମ୍ବାସଡର୍ ଭାବେ ନିଜର କ୍ୟାରିୟର ଆରମ୍ଭ କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com