ଜାତୀୟ

ଯାତ୍ରୀଙ୍କ ସହ ବିମାନରେ ଯାତ୍ରା କରୁଥିଲା ସାପ, ଭିଡିଓ ଭାଇରାଲ୍‌…

ମୁମ୍ବାଇ () ସାଧାରଣତଃ ବିମାନରେ ଯାତ୍ରା କରିବା ସମସ୍ତଙ୍କ ପସନ୍ଦ । ଯଦି ଆପଣ ଏକ ବିମାନରେ ଯାତ୍ରା କରୁଛନ୍ତି। ଠିକ୍‌ ସେହି ସମୟରେ ଆପଣ ପାଖରେ ସାପ ଦେଖିବାକୁ ପାଇବେ, ତାହାଲେ ଆପଣ କଣ କରିବେ । ନିଶ୍ଚିତ ବାବିବେ ଯେ ଏହା କେମିତି ସମ୍ଭବ । ପୁଣି ପ୍ଲେନ୍‌ରେ ସାପ । ଆଜ୍ଞା ହଁ ମାଲେସିଆରୁ ଆସିଥିବା କିଛି ଫଟୋ ଏବଂ ଭିଡିଓ  ଏବେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ତେବେ ପ୍ଲେନ୍‌ରେ  ଲୋକମାନେ ସାପକୁ ଦେଖିବା ମାତ୍ରେ ସେମାନେ ପାଟି କରିବାକୁ ଲାଗିଲେ। ଏହା ପରେ ସେଠାରେ ଉପସ୍ଥିତ ଥିବା କ୍ରୁ ମେମ୍ବରମାନେ  ଯାତ୍ରୀମାନଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇ ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ନିଶ୍ଚିତ କରିଥିଲେ। ପରେ ପାଇଲ୍‌ଟ ପ୍ଲେନ୍‌କୁ ଏମର୍ଜନସି ଲ୍ୟାଣ୍ଡି ବା ଅବତରଣ ପାଈ କରିବା ପାଇଁ ସୂଚନା ଦେଇଥିଲେ। ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ପ୍ଲେନ୍‌ଟି ଲ୍ୟାଣ୍ଡିଂ ରୁଟ୍‌କୁ ଗଲା । ଏହି ଘଟଣାର ଅନେକ ଭିଡିଓ ଏବେ ଭାଇରାଲ ହେଉଛି । ବର୍ତ୍ତମାନ ଭିଡିଓଟିକୁ ଲକ୍ଷ ଲକ୍ଷ ଥର ଦେଖାଯାଇଛି ।
ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏୟାର ଏସିଆ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ବିମାନର କମ୍ପାନୀ ଏହି ବିଷୟରେ ଜାଣିଛି। ସାପଟି ବିମାନ ଭିତରେ କିପରି ପ୍ରବେଶ କଲା, ତାହା ମଧ୍ୟ ଜଣା ନାହିଁ । ତାଙ୍କୁ ଜଣେ ଯାତ୍ରୀ ଆଣିଥିଲେ ନା ସେ ବାହାରୁ ବିମାନରେ ପ୍ରବେଶ କରିଥିଲେ ସେ ସମସ୍ତ ମାମଲାର ଅନୁସନ୍ଧାନ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com