ଜାତୀୟମନୋରଞ୍ଜନ

୩ ବିବାହ, ୨ ଛାଡ଼ପତ୍ର, ୫ କୋଟିର ଏଲିମନି ବିବାଦ; ଜାଣନ୍ତୁ ପୱନ୍ କଲ୍ୟାଣଙ୍କ କଣ୍ଟ୍ରୋଭର୍ସିଆଲ୍ ଲଭ୍ ଲାଇଫ୍ ବିଷୟରେ

ନୂଆଦିଲ୍ଲୀ: ପାୱାର୍ ଷ୍ଟାର୍ ତଥା ତେଲୁଗୁ ଅଭିନେତା ପୱନ୍ କଲ୍ୟାଣ୍ ଏବେ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ନୂଆ ଫିଲ୍ମ ଭୀମଲା ନାୟକ ବକ୍ସ ଅଫିସ୍ ରେ ଜବରଦସ୍ତ ରୋଜଗାର କରୁଛି । କିଛି ଦିନର ବ୍ୟବଧାନ ପରେ ପୁଣି ପୱନଙ୍କର ଜଲୱା ଦେଖଇବାକୁ ମିଳିଛି ବକ୍ସ ଅଫିସ୍ ରେ । ଡାଇରେକ୍ଟର୍, ସ୍କ୍ରିନରାଇଟର୍ ପରେ ରାଜନେତା ହୋଇଥିବା ପୱନ କଲ୍ୟାଣ୍ ଙ୍କ ବ୍ୟକ୍ତିଗତ ଜୀବନ ଖୁବ୍ ବିବାଦୀୟ ରହିଆସିଛି ।

ପୱନ ନିଜର ତିନି ଥର ବିବାହକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ଆଉ ବିବାହ ପରେ ଦୁଇଥର ଛାଡପତ୍ର କୁ ନେଇ ବିବାଦ ରେ ଆସିଥିଲେ ପୱନ୍ । ଛାଡ଼ପତ୍ରର ଏଲିମନୀରେ ଦେଇଥିବା ୫ କୋଟି ଟଙ୍କା ନେଇ ମଧ୍ୟ ଖୁବ୍ ଖବର ଉଡିଥିଲା ଅଭିନେତାଙ୍କ ନାମରେ ।

ପୱନ କଲ୍ୟାଣ୍ ନିଜ ଡେବ୍ୟୁ ଫିଲ୍ମ ରିଲିଜ୍ ହେବାର ୧ ବର୍ଷ ପରେ ୧୯୯୭ରେ ନନ୍ଦିନୀଙ୍କ ସହିତ ବିବାହ କରିଥିଲେ । ହେଲେ ତାଙ୍କ ବିବାହ ବେଶି ଦିନ ଚାଲିନଥିଲା । ଏହାପରେ ଛାଡ଼ପତ୍ର ହୋଇଯାଇଥିଲା । ଏହାପରେ ୨୦୦୧ ରେ ପୱନ ନିଜ କୋ-ଷ୍ଟାର୍ ରେଣୁଙ୍କ ସହିତ ଲିଭ୍-ଇନ୍ ରେ ରହିଥିଲେ । ୨୦୦୪ ରେ ରେଣୁ ଓ ପୱନଙ୍କର ଗୋଟିଏ ପୁଅ ଜନ୍ମ ହୋଇଥିଲା । ଯାହାଙ୍କ ନାମ ଅକୀରା ନନ୍ଦନ ।

ଖାସ୍ କଥା ହେଉଛି ରେଣୁ ଙ୍କ ସହିତ ଲିଭ୍-ଇନ୍ ରେ ରହିବା ବେଳେ ସେ ନିଜର ପ୍ରଥମ ପତ୍ନୀଙ୍କ ଛାଡ଼ୁ ଛାଡ଼ପତ୍ର ନେଇନଥିଲେ । ତେଣୁ ୨୦୦୭ ରେ ପ୍ରଥମ ପତ୍ନୀ, ପୱନ କଲ୍ୟାଣଙ୍କ ନାମରେ ଦ୍ୱିତୀୟ ବିବାହ କରିବା ନେଇ କେସ୍ କରିଥିଲେ । ଅଭିଯୋଗ ଆଣିଥିଲେ ଯେ, ଛାଡ଼ପତ୍ର ନନେଇ ଦ୍ୱିତୀୟ ବିବାହ କରିଛନ୍ତି । ଏହାର ଜବାବରେ ପୱନ କହିଥିଲେ ଯେ, ସେ ରେଣୁ ଙ୍କୁ ବିବାହ କରିନାହାନ୍ତି । ବିଶାଖାପଟନମ୍ ରେ ଏକ ମାଜିଷ୍ଟ୍ରେଟ୍ କୋର୍ଟ ପ୍ରମାଣ ଅଭାବରୁ ଆରୋପରୁ ମୁକ୍ତ କରିଦିଆଯାଇଥିଲା ।

ଏହି ଭଳି ବିବାଦ ଭିତରେ ପ୍ରଥମ ପତ୍ନୀଙ୍କୁ ସେ ୫ କୋଟିର ଏଲିମନୀ ସହ ୨୦୦୮ ମସିହାରେ ଛାଡ଼ପତ୍ର ଦେଇଥିଲେ । ଏହାପରେ ୮ ବର୍ଷର ଲିଭ୍-ଇନ୍ ପରେ ରେଣୁ ଙ୍କୁ ବିବାହ କରିଥିଲେ ପୱନ୍ ର ୨୦୧୦ରେ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା । ହେଲେ ଏହି ବିବାହ ବି ଲମ୍ବା ଚାଲିନଥିଲା । ୨୦୧୨ରେ ପୱନ ଓ ରେଣୁ ଙ୍କ ଛାଡ଼ପତ୍ର ହୋଇଯାଇଥିଲା । ଦୁଇଥର ଛାଡ଼ପତ୍ର ପରେ ଅଭିନେତା ତୃତୀୟ ବିବାହ କରିଥିଲେ ।

କଲ୍ୟାଣ ତୃତୀୟ ବିବାହ ଜଣେ ରୁଷ ନାଗରିକଙ୍କ ସହିତ କରିଥିଲେ । ସେ ହେଲେ ଆନ୍ନା ଲେଜନେଭା । ଫିଲ୍ମ ତିନ୍ ମାର୍ ଶୁଟିଂ ସମୟରେ ଆନ୍ନାଙ୍କ ସହିତ ଦେଖାହୋଇଥିଲେ ପୱନ । ୨୦୧୩ ସେପ୍ଟେମ୍ବରରେ ସେମାନଙ୍କର ବିବାହ ହୋଇଥିଲା । ଏହି ଯୋଡ଼ିଙ୍କର ଗୋଟିଏ ପୁଅ ଓ ଝିଅ ଜନ୍ମ ହୋଇଥିଲା । ଏବେ ସେ ପରିବାର ସହିତ ରହୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com