Featuredଜାତୀୟରାଜନୀତିସ୍ୱାସ୍ଥ୍ୟ

ଗଣ ବିବାହ: ଗିଫ୍ଟ ପ୍ୟାକେଟରେ ଗର୍ଭନିରୋଧକ ସାମଗ୍ରୀକୁ ନେଇ ପ୍ରବଳ ଉତ୍ତେଜନା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କନ୍ୟା ବିବାହ ଯୋଜନାରେ ମଧ୍ୟପ୍ରଦେଶର ଅନେକ ଜାଗାରେ ଗଣବିବାହ ବା ସାମୁହିକ ବିବାହ କରାଯାଉଛି । ଆଉ ଏହି ଯୋଜନାରେ ଆଦିବାସୀ ଅଧ୍ୟୁସିତ ଝାବୁଆ ଜିଲ୍ଲାର ଖଣ୍ଡାଲାଠାରେ ମଧ୍ୟ ଗତ ସୋମବାର ଦିନ ଏକ ଗଣବିବାହ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିଲା । ଏହି ଗଣବିବାହରେ ପ୍ରାୟ ୩୦୦ ଜଣ ଆର୍ଥିକ ଅନଗ୍ରସର ଝିଅଙ୍କର ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଶୁଭ କାର୍ଯ୍ୟରେ ମଧ୍ୟପ୍ରଦେଶ ସରକାରଙ୍କ କିଛି ବଡ ବଡ ଅଧିକାରୀ ବି ଉପସ୍ଥିତ ଥିଲେ । ସବୁ କାମ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା । ବର-କନ୍ୟା ପରସ୍ପରର ହାତ ଧରିବା ସହିତ ବିବାହ ସମ୍ପନ୍ନ ହୋଇଥିଲା । ସମସ୍ତେ ଭୋଜି ଖାଇବା ସହ ନାଚ ଗୀତ କରି ହସଖୁସିର ଆସର ଜମାଇଥିଲେ । ଏହାପରେ ପ୍ରତ୍ୟେକ ନବ ଦମ୍ପତିଙ୍କୁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ୩୯ ହଜାର ଟଙ୍କା ସହ ଏକ ଉପହାର ପ୍ୟାକେଟ ଦିଆ ଯାଇଥିଲା । ସମସ୍ତେ ଏହାକୁ ଗ୍ରହଣ କରିବା ସହ ଗିଫ୍ଟ ପ୍ୟାକେଟକୁ ଖୋଲି ଦେଖିଥିଲେ । ହେଲେ ଏଥିରେ କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ଅନେକ ଗର୍ଭ ନିରୋଧକ ସାମଗ୍ରୀ ରହିଥିଲା । ଯାହାକୁ ନେଇ ସ୍ଥାନୀୟ ଆଦିବାସୀ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା ।

ସେଠାରେ ଉପସ୍ଥିତ ସରକାରୀ ବାବୁଙ୍କୁ ଘେରିଥିଲେ ସ୍ଥାନୀୟ ଜନତା । ସେମାନଙ୍କୁ ଅନେକ ପ୍ରଶ୍ନ କରିବା ସହ ଏଭଳି ସାମଗ୍ରୀ ସର୍ବସମ୍ମୁଖରେ କାହିଁକି ଦେଲ ବୋଲି ଯୁକ୍ତି କରିଥିଲେ । ଲୋକଙ୍କ ରାଗ ଦେଖି ଛାନିଆ ହୋଇ ପଡିଥିଲେ ସରକାରୀ ବାବୁ । କହିଥିଲେ ଏହା ଭିତରେ ଏସବୁ କେମିତି ରହିଲା ଆମେ ଜାଣିନୁ । କିନ୍ତୁ ଏହା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଛି ଏହା ସହ ଜନସଂଖ୍ୟା ନିୟନ୍ତ୍ରଣ ତଥା ପରିବାର କଲ୍ୟାଣ ପାଇଁ ଏସବୁ ଦିଆ ଯାଇଥିବା କହି ଲୋକଙ୍କୁ ବୁଝାଇଥିଲେ ବଡବାବୁ । କିନ୍ତୁ ଲୋକ ଶୁଣିବାକୁ ନାରାଜ ଥିଲେ । ସ୍ଥିତି ବିଗୁଡୁଥିବା ଦେଖି ବିବାହ ମଣ୍ଡପରୁ ହଠାତ ଅର୍ନ୍ତଧ୍ୟାନ ହୋଇ ଯାଇଥିଲେ ମଧ୍ୟପ୍ରଦେଶ ସରକାରଙ୍କ ଏଇ ବଡବାବୁମାନେ । ଘଟଣାକୁ ନେଇ ଏବେବି ସ୍ଥାନୀୟ ଲୋକ ପ୍ରଶାସନ ଉପରେ ଖପ୍ପା ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com