ଜାତୀୟ

ତୈଳ ପରେ ଶସ୍ତା ହେଲା ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର, ୧୩୫ ଟଙ୍କା ଖସିଲା ଦର

ପେଟ୍ରୋଲ ଓ ଡିଜେଲ ପରେ ଶସ୍ତା ହୋଇଛି ଖଚଏ ଗ୍ୟାସ୍ ସିଲିଣ୍ଡରର ଦାମ୍ । ଆଜିଠୁ ନୂଆ ଦର ଲାଗୁ ହୋଇଛି । ୧୯ କିଲୋ ଏଲ୍‌ପିଜି ସିଲିଣ୍ଡର ଦାମ୍ ୧୩୫ ଟଙ୍କା ଶସ୍ତା ହୋଇଛି। ଦିଲ୍ଲୀରେ ଏଲ୍‌ପିଜି ସିଲିଣ୍ଡର ଦାମ୍ ୨,୨୧୯ ଟଙ୍କା ଥିବାବେଳେ କୋଲକାତାରେ ୨,୩୨୨ ଟଙ୍କା, ମୁମ୍ବାଇରେ ୨,୧୭୧ ଟଙ୍କା ଓ ଚେନ୍ନାଇରେ ୨,୩୭୩ ଟଙ୍କାରେ ପହଞ୍ଚିଛି। ତେବେ ୧୪.୨ କିଲୋ ଖଚଏ ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। କିଛିଦିନ ପୂର୍ବେ ଘରୋଇ ଖଚଏ ସିଲିଣ୍ଡର ପିଛା ୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଥିଲା। ସେହିପରି କମର୍ସିଆଲ୍ ଖଚଏ ସିଲିଣ୍ଡର ଦାମ୍‌ରେ ୮ ଟଙ୍କା ବୃଦ୍ଧି ଘଟିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com