ଓଡ଼ିଶା

ରାଜନୈତିକ ଶତ୍ରୁତାରୁ ଦୋକାନ ଜାଳିଦେଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

ବ୍ରହ୍ମପୁର()  ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରୋହି ଗାଁରେ ଅଘଟଣ । ରାଜନୈତିକ ଶତ୍ରୁତା ରଖି ଦୋକାନ ଜାଳିଦେଲେ ଦୁର୍ବୃତ୍ତ ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରୋହି ଗାଁରେ ରହିଛି ରବୀନ୍ଦ୍ର ଜେନାଙ୍କ ଦୋକାନ । ବିରୋଧୀ ଗୋଷ୍ଠୀର କେତେକ ବ୍ୟକ୍ତି ବୁଧବାର ରାତିରେ ତାଙ୍କ ଦୋକାନରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ରବୀନ୍ଦ୍ରଙ୍କ ଛୋଟିଆ ଗ୍ୟାରେଜ ଦୋକାନରେ ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ଏ ନେଇ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com