Featuredଓଡ଼ିଶାଶିକ୍ଷା

ପିଜି ଛାତ୍ରଛାତ୍ରୀଙ୍କୁ ବି ମିଳିବ ‘କାଳିଆ’ ସ୍କଲାରଶିପ୍

ଭୁବନେଶ୍ୱର: ଏଣିକି ବୃତ୍ତି ଆବେଦନ ସହଜ ହେବ । ନାମଲେଖା ପାଇଁ ଆବେଦନ ସମୟରେ ହିଁ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ସମ୍ବନ୍ଧରେ ସୂଚନା ମିଳିବ । ବହୁ କ୍ଷେତ୍ରରେ ବୃତ୍ତି ପାଇଁ ଆବେଦନ କରିବାକୁ ଚାହୁଁଥିବା ଅନେକ ଛାତ୍ରଛାତ୍ରୀ ଏହାର ସଠିକ ସମୟ ଜାଣିପାରନ୍ତି ନାହିଁ । ତେଣୂୁ ଏହାକୁ ଦୃଷ୍ଟିରେ ରଖି ଏଣିକି ନାମଲେଖା ଆବେଦନ ସମୟରେ ବୃତ୍ତି ଆବେଦନ ବିଷୟରେ ସମସ୍ତ ତଥ୍ୟ ଦେବାକୁ ସ୍ଥିର କରିଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ବୃତ୍ତି ପାଇଁ ଆବେଦନ ସମୟ ପିଲାମାନେ ସହଜରେ ଜାଣିପାରିବେ ।

ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏହି ବ୍ୟବସ୍ଥାକୁ ସରଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁସାରେ ଏଣିକି ‘ଷ୍ଟେଟ୍‌‌ ସ୍କଲାରଶିପ ପୋର୍ଟାଲ’କୁ ସାମ୍ସ ପୋର୍ଟାଲ ସହିତ ଯୋଡ଼ାଯିବ । ଯାହାଦ୍ୱାରା ନାମଲେଖା ସମୟରେ ପିଲାମାନେ ପୋର୍ଟାଲ ଦେଖି ବୃତ୍ତି ଆବେଦନ କରିବା ସମୟ ଜାଣିପାରିବେ ।

ସବୁଠାରୁ ବଡ଼ କଥା ହେଉଛି ଘରୋଇ ଏବଂ ସରକାରୀ କଲେଜରେ ପିଜି ସମକକ୍ଷ କୋର୍ସ କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟ କାଳିଆ ସ୍କଲାରଶିପ ପ୍ରଦାନ କରାଯିବ । ମେଡିକାଲ ଠାରୁ ଆରମ୍ଭ କରି ବୈଷୟିକ ଶିକ୍ଷା, ଆଇଆଇଏମ, ଆଇଆଇଟି, ଏନଆଇଟି, ଏମ-ଟେକ, ଏମଏସସି , ପିଜି ଏଗ୍ରିକଲଚର ସାଇନ୍ସ, ପିଜି ମେଡିକାଲ ସାଇନ୍ସ, କୋର୍ସ କରୁଥିବା ପିଲାମାନେ ମଧ୍ୟ ସ୍କଲାରସିପର ଲାଭ ନେଇପାରିବେ । ସେହିପରି ବର୍ଷକୁ ଏଣିକି ୨ ଥର କାଳିଆ ବୃତ୍ତି ଲାଗି ଆବେଦନ ଆହ୍ୱାନ କରାଯିବ । ପ୍ରଥମ ଦଫାରେ ଜୁଲାଇରୁ ଅଗଷ୍ଟ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ନଭେମ୍ୱରରୁ ଡିସେମ୍ୱର ପର୍ଯ୍ୟନ୍ତ ଆବେଦନ କରିବେ ଛାତ୍ରଛାତ୍ରୀ । କାଳିଆ ଯୋଜନା ପାଉଥିବା ହିତାଧିକାରୀଙ୍କ ପିଲାଙ୍କୁ ରାଜ୍ୟ ସରକାର ୨୦୨୧-୨୨ବର୍ଷରୁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରି ଆସୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com