Featuredଅନ୍ୟାନ୍ୟ

ରେକର୍ଡ ସୃଷ୍ଟି କଲା ଦୁନିଆର ସବୁଠାରୁ ମହଙ୍ଗା ମଦ ବୋତଲ । ଜାଣନ୍ତୁ ଏହାର ନାଁ କଣ?

ଦୁନିଆରେ ସବୁଠୁ ଦାମୀ ମଦ କଣ । ତାହା ପ୍ରାୟ ଅଧିକାଂଶ ଲୋକଙ୍କୁ ନିଶ୍ଟୟ ଜଣାଥିବ । କାରଣ ବଡ ବଡ ବ୍ରାଣ୍ଡର ମଦ ବ୍ୟବହାର କରିଥାନ୍ତି ଲୋକେ । କିନ୍ତୁ ଆପଣ ଜାଣିଛନ୍ତି କି ସବୁଠାରୁ ଦାମୀ ମଦ ବୋତଲର ନାଁ କଣ । ଯାହା କି ସୃଷ୍ଟି କରିଛି ରେକର୍ଡ । ଯଦି ଜାଣିନାହାନ୍ତି, ତେବେ ଆମେ ଆପଣଙ୍କୁ କହୁଛୁ କି ଏହି ଦାମୀ ମଦ ବୋତଲ କଣ ।

ଏକ ରିପୋର୍ଟ ଅନୁଯାୟୀ, ସବୁଠାରୁ ମହଙ୍ଗା ବୋତଲ ହେଉଛି ମାକାଲାନ୍ ୱିସ୍କି । ଲଣ୍ଡନର ସୋଥେରେ ନିକଟରେ ହୋଇଥିବା ଏକ ନିଲାମରେ, ମାକାଲାନ୍ ୱିସ୍କି ସବୁଠାରୁ ମହଙ୍ଗା ବୋତଲ ପାଇଁ ରେକର୍ଡ ସୃଷ୍ଟି କରିଛି । ଭାଲେରିଓ ଆଡାମି ଲେବଲ୍ ୧୯୨୬ ମାକାଲାନ୍ ସିଙ୍ଗଲ୍-ମାଲ୍ଟ୍ ୱିସ୍କି ବିକ୍ରିହେବା ସହ ରେକର୍ଡ ସୃଷ୍ଟି କରିଥିବା ଜଣାପଡ଼ିଛି ।

ଏହା ୨.୭ ମିଲିୟନ୍ ଡଲାର୍ ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୨୨ କୋଟି ଟଙ୍କା ହେବ ବୋଲି କୁହାଯାଇଛି । ବିଶେଷଜ୍ଞଙ୍କ ଦ୍ୱାରା ଏହି ନିର୍ଦ୍ଦିଷ୍ଟ ୱିସ୍କି ସର୍ବଭାରତୀୟ ସ୍ତରରେ ‘ବହୁ ଖୋଜା ଯାଇଥିବା ଜଣାପଡ଼ିଛି । ଏହି କାର୍ୟ୍ୟକ୍ରମରେ ୪୦ଟି ବୋତଲର ଏକ ସ୍ୱତନ୍ତ୍ର ସଂଗ୍ରହର କରାଯାଇଥିଲା । ୪୦ ଟି ବୋତଲ ମଧ୍ୟରୁ ୧୪ଟି ପ୍ରସିଦ୍ଧ ଫାଇନ୍ ଏବଂ ବିରଳ ଲେବଲ୍ ପ୍ରଦର୍ଶନ କରାଯାଇଥିଲା ।

ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମାକାଲାନ୍ ୧୯୨୬ ବୋତଲ ଲାଇମଲାଇଟ୍ ଛୁଇଁଥିଲା । ସେହିପରି ୨୦୧୯ରେ, ଏହି ବୋତଲଗୁଡିକ ମଧ୍ୟରୁ ଗୋଟିଏ ୧.୮୬ ମିଲିୟନ ଡଲାରରେ ବିକ୍ରି ହୋଇଥିଲା । ଯାହାକି ହୋଇଥିବା ଏହି ନିଲାମରେ ବୋତଲ ପାଇଁ ଦିଆଯାଇଥିବା ସର୍ବୋଚ୍ଚ ମୂଲ୍ୟର ପୂର୍ବ ରେକର୍ଡ ଭାଙ୍ଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com