ଅନ୍ୟାନ୍ୟ

ଭାଙ୍ଗିଲା ଢେଙ୍କାନାଳର ବୃହତ ଚିମିନି

ଭୁବନେଶ୍ୱର, ୧୯/୧୨/୨୦୨୨-   ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକର କୁରୁଣ୍ଟିସ୍ଥିତ ଲାନକୋ ବାବନ୍ଧ ପାୱାରପ୍ଲାଣ୍ଟର ୨୬୫ ମିଟର ଉଚ୍ଚତା ବିଶିଷ୍ଟ ବୃହତ ଚିମିନିକୁ ଭାଙ୍ଗି ଦିଆଯାଇଛି । ପ୍ରଥମ ଥର ଅକ୍ଟୋବର ୧୩ ତାରିଖରେ ମାତ୍ର ୨୫୦ କିଗ୍ରା ଜିଲେଟିନ୍ ବିସ୍ଫୋରକ ବ୍ୟବହାର କରି ଏହାକୁ ଆଂଶିକ ଭାଙ୍ଗି ଦିଆ ଯାଇଥିଲା । ଦ୍ଵିତୀୟ ଥର ଗତ ନଭେମ୍ବର ୧୭ ତାରିଖରେ ୭୫୦ କିଗ୍ରାର ବିସ୍ଫୋରକ ବ୍ୟବହାର କରି ପୁନଶ୍ଚ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ହେଲେ ଏଥିରେ ମାତ୍ର ୩୦ ମିଟର ଭାଙ୍ଗିଥିଲା ।

ତେବେ ସୋମବାର ପୂର୍ବାହ୍ନ ୧୦.୩୦ ରେ ଜିଲ୍ଲା ପ୍ରଶାସନର ଅନୁମତିରେ ତୃତୀୟ ଥର ପୁଣି ୭୫୦ କିଗ୍ରା ବିସ୍ଫୋରକ ବ୍ୟବହାର କରାଯାଇ ବିସ୍ଫୋରଣ କରା ଯାଇଥିଲା । ଏଥିରେ ଚିମିନିଟି ଭାଙ୍ଗି ମାଟିରେ ପଡିଥିଲା । ଏହା ପୂର୍ବରୁ ଗ୍ରାମବାସୀମାନଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସ୍ଥାନୀୟ ପ୍ରଶାସନ ତରଫରୁ ସତର୍କ କରା ଯାଇଥିଲା । ବିସ୍ଫୋରଣ ସମୟରେ ସ୍ଥାନୀୟ ତହସିଲଦାର, ମୋଟଙ୍ଗା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ୨୦୨୧ ମସିହାରେ ଏନସିଏଲଟି ଦ୍ଵାରା ପ୍ଲାଣ୍ଟଟି ଚିନ୍ନାରା ନାମକ ଏକ କମ୍ପାନୀକୁ ବିକ୍ରି ହେବାପରେ ଏହାର ସମସ୍ତ ଯନ୍ତ୍ରାଂଶ କାଟି ନିଆ ଯାଇଥିଲା । ରାଜସ୍ଥାନ ଜୟପୁରର ଏକ୍ସକ୍ୟୁଇଡ ପ୍ରା. ଲିଃ. ଦ୍ଵାରା ଏହି ଚିମିନିକୁ ଭାଙ୍ଗିବାକୁ ସ୍ଥିର ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com