ଅନ୍ୟାନ୍ୟ

ବାର୍ଥ ଡେ ପାର୍ଟିରେ କୋଳାହଳକୁ ବାରଣ କରିବାରୁ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ବାର୍ଥ ଡେ ପାର୍ଟିରେ କୋଳାହଳକୁ ବାରଣ କରିବାରୁ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ମଞ୍ଚେଶ୍ବର ଥାନାରେ ଏତଲା ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅନ୍ୟ ୮ ଜଣ ସହଯୋଗୀଙ୍କୁ ଖୋଜୁଛି ପୋଲିସ । ଗିରଫ ୩ ଅଭିଯୁକ୍ତ ହେଲେ ଦେବାଶିଷ ପ୍ରଧାନ ଓରଫ ମାଲିଙ୍ଗା, ଦୀପକ ସେଠୀ ଓ ସ୍ବାଧୀନ ନାୟକ ଓରଫ ସାନୁ । ଗତ ୧୧ ତାରିଖରେ ମଞ୍ଚେଶ୍ବର ଥାନା ଧିରକୁଟି ବସ୍ତିରେ ଅଭିଯୁକ୍ତ ଦୀପକ ଏକ ବାର୍ଥ ଡେ ପାର୍ଟିର ଆୟୋଜନ କରିଥିଲା । ପ୍ରାୟ ୧୦ ସାଙ୍ଗଙ୍କୁ ନେଇ ନିଶାରେ ଚୁର୍ ହେବା ସହ ଲାଉଡ ମ୍ୟୁଜିକ୍ ବଜାଇ ହୋହଲ୍ଲା କରୁଥିଲେ । ଏହି ସମୟରେ ପୀଡ଼ିତା ମହିଳା ସେମାନଙ୍କୁ ହୋହଲ୍ଲା ନକରିବାକୁ କହିଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ୩ ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀ ମହିଳାଙ୍କୁ ଘର ଭିତରକୁ ଟାଣି ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ପାଟି ଶୁଣି ପଡ଼ୋଶୀ ଅଭିଯୁକ୍ତ କବଳରୁ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com