ଅନ୍ୟାନ୍ୟ

ଆମେରିକା ଆକାଶରେ ଅଜ୍ଞାତ ବସ୍ତୁ ଚିହ୍ନଟ

ଭୁବନେଶ୍ୱର,୧୩/୦୨/୨୦୨୩ –   ଆମେରିକା ଆକାଶରେ କ୍ରମାଗତ ଭାବେ କିଛି ଅଜ୍ଞାତ ବସ୍ତୁ ଚିହ୍ନଟ କରାଯାଉଛି । ତେବେ ଆକାଶରେ ଦେଖା ଯାଉଥିବା ଏହି ବସ୍ତୁଗୁଡ଼ିକ ‘ଏଲିଏନ୍‌’ ହୋଇ ନ ଥିବ ବୋଲି କୁହାଯାଇ ପାରିବ ନାହିଁ । ରବିବାର ଏପରି କହିଛନ୍ତି  ‘ଏୟାର୍‌‌ ଫୋର୍ସ ଜେନେରାଲ୍‌’ ଗ୍ଲେନ୍‌ ଭାନ୍‌ହେର୍କ । ସେ ଆହୁରି ମଧ୍ୟ କହିଛନ୍ତି, ଏବେ ଆମେ ବିପଦ ବା ସମ୍ଭାବ୍ୟ ବିପଦ କଥା ଆକଳନ କରୁଛୁ ।

ଗତ ୩ ଦିନରେ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇ ଖସାଇ ଦିଆ ଯାଇଥିବା ୩ଟି ଉଡ଼ନ୍ତା ବସ୍ତୁ ବାହ୍ୟ ଜଗତର କି ନାହିଁ ଏ କଥା ନିର୍ଦ୍ଧାରଣ କରିବା ଭାର ମୁଁ ‘ଇଣ୍ଟେଲ୍‌ କମ୍ୟୁନିଟି’ ଓ ‘କାଉଣ୍ଟର୍‌ଇଣ୍ଟେଲିଜେନ୍‌ସ୍‌ କମ୍ୟୁନିଟି ଉପରେ ନ୍ୟସ୍ତ କରୁଛି । ମୁଁ କୌଣସି କଥାକୁ ଅଗ୍ରାହ୍ୟ କରିନାହିଁ । ଉତ୍ତର ଆମେରିକାରେ ପହଞ୍ଚୁଥିବା ଉକ୍ତ ଅଜ୍ଞାତ ବସ୍ତୁଗୁଡ଼ିକୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛୁ ।

Related Articles

Back to top button
WP Twitter Auto Publish Powered By : XYZScripts.com