ଅନ୍ୟାନ୍ୟ

ଧସିଲା ଲୁଣ କାରଖାନା କାନ୍ଥ, ୧୨ ମୃତ, ୨୦ ଆହତ

ମୋରବୀ : ଗୁଜରାଟ ମୋରବୀରେ ଥିବା ହଲବଦ ଜିଆଇଡିସିରେ ଏକ ଲୁଣ କାରଖାନାର କାନ୍ଥ ଭୂଷୁଡି ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୨୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କାନ୍ଥ ତଳେ ଆହୁରି ଲୋକେ ଦବି ରହିଥିବାର ଆଶଙ୍କା କରାଯାଉଛି। ମୋରବୀ ଜିଲ୍ଲାପାଳ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ସାଗର ସଲ୍ଟରେ ଏହି ଦୁର୍ଘଟଣା ଘଟିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। କାରଖାନାରେ ଶ୍ରମିକ ଲୁଣକୁ ବସ୍ତାରେ ଭରୁଥିବା ବେଳେ ଅଚାନକ କାନ୍ଥ ଧସିପଡିଥିଲା। ଦୁର୍ଘଟଣାରେ ସମସ୍ତ ମୃତକ ଲୁଣ କାରଖାନାରେ କାର୍ଯ୍ୟରତ ଶ୍ରମିକ ବୋଲି ଜିଲ୍ଲାପାଳ କହିଛନ୍ତି। ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ଲାଗି ଶୋକ ପ୍ରକଟ କରିଛନ୍ତି। ପ୍ରତି ମୃତକଙ୍କ ପରିବାର ନିମନ୍ତେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମୋଦି ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବା ବେଳେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com