ଅନ୍ୟାନ୍ୟ

ମେଡିସିନ ପ୍ରସ୍ତୁତକାରୀ କମ୍ପାନୀରୁ ୧୪ଶହ କୋଟିର ଡ୍ରଗ୍ସ ଜବତ କଲା ମୁମ୍ବାଇ ପୋଲିସ

ମୁମ୍ବାଇ ପୋଲିସ ତରଫର  ପାଲଘର ଜିଲ୍ଲା ନାଲାସୋପାରା ଠାରେ ଏକ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଉପରେ ଚଢାଉ କରାଯାଇ ୧୪ ଶହ କୋଟି ଟଙ୍କାର ୭୦୦ କିଲୋଗ୍ରାମ ଅବୈଧ ଡ୍ରଗ୍ସ ଜବତ କରାଯାଇଛି । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ଜଣେ ଅଧିକାରୀଙ୍କ ସୂଚନା ମୁତାବକ ମୁମ୍ବାଇ ଅପରାଧ ଶାଖାର ମାଦକ ଦର୍ବ୍ୟ ରୋଧୀ ପ୍ରକୋଷ୍ଟ ବା ଏଏନସି ଏକ ବିଶେଷ ସୂତ୍ରରୁ ସୂଚନା ପାଇଁ ଉକ୍ତ ମେଡିସିନ ପ୍ରସ୍ତୁତକାରୀ କମ୍ପାନୀ ଉପରେ ଚଢାଉ କରିଥିଲା । ଚଢାଉ ବେଳେ ସେଠାରୁ ପ୍ରତିବନ୍ଧିତ ଔଷଧ ମେଫେଡ୍ରୋନ ପ୍ରସ୍ତୁତ କରିବାକୁ ଏହି ଡ୍ରଗ୍ସ ରଖାଯାଇଥିବା କଥା କୁହାଯାଇଛି ।

ଏହି କ୍ରମରେ ଅଧିକାରୀଙ୍କ କହିବା ମୁତାବକ ସଂପୃକ୍ତ ମାମଲାରେ ୪ ଜଣଙ୍କୁ ମୁମ୍ବାଇରୁ ଗିରଫ କରାଯାଇଥିବା ବେଳେ ଜଣଙ୍କୁ ନାଲାସୋପାରା ନିକଟରୁ ଗିରଫ କରାଯାଇଛି । କୁହାଯାଇଛି କି ମୁମ୍ବାଇ ପୋଲିସ ଦ୍ୱାରା ଆଗରୁ ଜବତ ହୋଇଥିବା ମାଦକଦ୍ରର୍ବ୍ୟ ତୁଳନାରେ ଏହା ସର୍ବାଧିକ । ଏହା ପୂର୍ବରୁ ବି ଜୁଲାଇ ୧୫ ତାରିଖରେ ଉକ୍ତ ଟିମ୍ ତରଫରୁ ଏକ ବଡ ଚୋରା ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ କରାଯାଇଥିଲା । ଏଥିରେ ଯେଉଁ ପରିମାଣର ଡ୍ରଗ୍ସ ଜବତ ହୋଇଥିଲା ତାହାର ଅର୍ନ୍ତଜାତୀକ ମୂଲ୍ୟ ୩୬୨.୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । ମାର୍ବଲ ନାମରେ ଡ୍ରଗ୍ସ କାରବାର କରାଯାଉଥିବା କଥା ମୁମ୍ବାଇ ପୋଲିସକୁ ସୂଚନା ମିଳିଥିଲା । ଡ୍ରଗ୍ସକୁ ଚୋରା ବେପାରୀମାନେ ମାର୍ବଲ କଣ୍ଟେନର ମଧ୍ୟରେ ଅଣାଯାଉଥିବା ସୂଚନା ମିିଳିବା ପରେ ପୋଲିସ ଏଭଳି ଆକ୍ସନ ନେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com