ଅନ୍ୟାନ୍ୟ

ମେଡିକାଲ କଲେଜରେ ଅଗ୍ନିକାଣ୍ଡ : ରୋଗୀଙ୍କୁ ରାସ୍ତାରେ ଶୁଆଇଲେ ହସ୍ପିଟାଲ କର୍ମଚାରୀ

ନୂଆଦିଲ୍ଲୀ :  ମେଡିକାଲ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ । ହସ୍ପିଟାଲରେ ସୁପର ସ୍ଲେସିଆଲିଟି ବ୍ଲକରେ ନିଆଁ ।  ରୋଗୀଙ୍କୁ ରାସ୍ତାରେ ଶୁଆଇଲେ ହସ୍ପିଟାଲର କର୍ତ୍ତୃପକ୍ଷ । ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି । ଏପରି ଘଟଣା ସାମ୍ନାକୁ ଆସିଛି ଆଗ୍ରା ଏସଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ।
ସୂଚନାନୁସାରେ,  ମଙ୍ଗଳବାର ସକାଳେ ଏସଏନ ମେଡିକାଲ କଲେଜରେ ନିଆଁ ଲାଗିଯାଇଥିଲା । ହସ୍ପିଟାଲର ସୁପର ସ୍ପେଶାଲିଟି ବ୍ଲକରେ ନିଆଁ ଲାଗିବାରୁ ତୁରନ୍ତ ରୋଗୀମାନଙ୍କୁ କର୍ମଚାରୀ ଉଦ୍ଧାର କରିଥିଲେ । ଦମକଳ କର୍ମଚାରୀ ମଧ୍ୟ କିଛି ରୋଗୀଙ୍କୁ ଉଦ୍ଧାର କରିଥିଲେ । ତେବେ ସେମାନଙ୍କୁ ରାସ୍ତା ଉପରେ କର୍ମଚାରୀ ଶୁଆଇଥିଲେ ।
ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଁଚିଥିଲେ । ରୋଗୀଙ୍କୁ ରାସ୍ତାରେ ଶୁଆଇଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ରୋଗୀଙ୍କ ସମ୍ପର୍କୀୟ ଘେରିଥିଲେ । ତେବେ ବୁଝାସୁଝା ପରେ ଉତ୍ତେଜନା ଥମିଥିଲା ।
ମୁଖ୍ୟ ଅଗ୍ନୀ ନିରାପତ୍ତା ଅଧିକାରୀ ଏଆର ଶର୍ମାଙ୍କ କହିବାନୁସାରେ, ଏବେବି ଦମକଳ ବାହିନୀ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ୨୦ରୁ ୨୫ ରୋଗୀଙ୍କୁ ଅନ୍ୟ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇଛି । ନିଆଁ ଲାଗିବା ପରେ ସମ୍ପର୍କୀୟମାନେ ନିଜ ରୋଗୀଙ୍କୁ ଧରି ଦଉଡିବାକୁ ଲାଗିଥିଲେ । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟ କାରଣରୁ ଏପରି ହୋଇଥିବା ସନ୍ଦେହ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com