ଅନ୍ୟାନ୍ୟ

ବିଦ୍ୟୁତ ତାର ଲାଗି ୨ ମାଈ ହାତୀ ମୃତ

କେନ୍ଦୁଝର, ୨୫ /୦୮/୨୦୨୨-  ବିଦ୍ୟୁତ ତାର ଲାଗି ଦୁଇ ମାଈ ହାତୀ ମୃତ । କେନ୍ଦୁଝର ସଦର ବନାଞ୍ଚଳ ଜୁଡିଆ କୃଷି ବିଜ୍ଞାନକେନ୍ଦ୍ରରେ ଘଟଛି ଏହି ଅଘଟଣ । ଘଟଣା ସ୍ଥଳରେ ବନ କର୍ମଚାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

କୃଷି ବିଜ୍ଞାନ କେନ୍ଦ୍ରରେ ଥିବାବେଳେ କେଉଁ ସ୍ଥାନରେ ଏବଂ କେଉଁ ପରିସ୍ଥିତିରେ ଦୁଇ ହାତୀ ବିଦ୍ୟୁତ ତାର ସଂସ୍ପର୍ଶ ଆସିଲେ ତାହାର ଖୋଲତାଳ କରିବ ବନକର୍ମଚାରୀ । ତେବେ ରାଜ୍ୟରେ ହାତୀ ମାନଙ୍କୁ ସୁରକ୍ଷା ଯୋଗାଇବାରେ ପ୍ରଶାସନର ସବୁ ପ୍ରୟାସ ବିଫଳ ହେବାରେ ଲାଗିଛି । ଯାହା ଫଳରେ ଦିନକୁ ଦିନ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com