ଅନ୍ୟାନ୍ୟ

ଭୁବନେଶ୍ୱର ସାଲିଆ ସାହିରେ ନିଶା କାରବାର ନେଇ ପୋଲିସର ଚଢାଉ

ଭୁବନେଶ୍ୱର, ୨୦/୦୯/୨୦୨୨- କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ । ଭୁବନେଶ୍ୱର ସାଲିଆ ସାହିରେ ପୋଲିସର ଚଢାଉ । ପାର୍ବଣକୁ ଆଖିରେ ରଖି କମିଶନରେଟ ପୋଲିସ ଏହି ରେଡ୍ କରିଛି । ବେଆଇନ ନିଶା କାରବାର ନେଇ ମଙ୍ଗଳବାର ଏହି ଚଢ଼ାଉ କରାଯାଇଛି । ଏହି ଚଢାଉରେ ପୋଲିସକୁ ବିପୁଳ ପରିମାଣର ଦେଶୀ ମଦ, ମଦ ପ୍ରସ୍ତୁତ ସାମଗ୍ରୀକୁ  ଜବତ କରିବା ସହିତ କିଛି ମଦକୁ ନଷ୍ଟ କରି ଦିଆଯାଇଛି ।

ସେପଟେ ଦେଶୀ ମଦ କାରବାର ଓ ପ୍ରସ୍ତୁତ ଅଭିଯୋଗରେ କିଛି ଲୋକଙ୍କୁ ତାଗିଦ୍‌ କରିଛି କମିଶନରେଟ୍‌ ପୋଲିସ । ଯେଉଁସବୁ ଘରେ ରେଡ୍ ହେଉଛି, ତାହା ଭାଙ୍ଗିବା ପାଇଁ ବିଏମସିକୁ ଲେଖିବୁ ବୋଲି ଡିସିପି କହିଛନ୍ତି ।  ଏହି ଚଢ଼ାଉରେ ନିଜେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ ସାମିଲ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com