ଅନ୍ୟାନ୍ୟ

ପୋଲିସ ପାଇଁ ଚ୍ୟାଲେଞ୍ଜିଙ୍ଗ ହେବ ୨୦୨୪

ପୋଲିସ ପାଇଁ ଚ୍ୟାଲେଞ୍ଜିଙ୍ଗ ହେବ ୨୦୨୪ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଚ୍ୟାଲେଞ୍ଜିଙ୍ଗ ରହିବ ବୋଲି କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଭୁବନେଶ୍ୱର ବିଜୁପଟ୍ଟନାୟକ ପୋଲିସ ଏକାଡେମୀରେ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଡିଜିପି କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ । ତେଣୁ ପୂର୍ବ ଭଳି ଓଡ଼ିଶା ପୋଲିସର ଯେଉଁ ସମ୍ମାନ ସାରା ଦେଶରେ ରହିଛି, ତାହା ବଳବତ୍ତର ରହିବ । ନିର୍ବାଚନ ପୂର୍ବରୁ ନୂଆପଡ଼ା, କନ୍ଧମାଳ ଭଳି ଜିଲ୍ଲାରେ ୧୧ଟି ନୂଆ ବେସ୍ ତିଆରି କରାଯିବ ବୋଲି ଡିଜିପି କହିଛନ୍ତି ।

୨୦୨୩ ମସିହା ବହୁ ସୁରୁଖୁରୁରେ ଶେଷ ହୋଇଛି । ଅପରାଧିକ କାର୍ଯ୍ୟକଳାପ ଘଟିଥିଲେ ମଧ୍ୟ ଓଡ଼ିଶା ପୋଲିସ ଏହାକୁ ସଫଳତାର ସହ ମୁକାବିଲା କରିଛି । ଏହି ବର୍ଷ ନକ୍ସଲ ଓ ମାଓବାଦୀ କାର୍ଯ୍ୟକଳାପ ବିରୋଧରେ ସ୍ପେଶାଲ ଅପରେସନ୍ ହୋଇଛି । ପୋଲିସ କର୍ମଚାରୀ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ପୋଲିସ ନିଯୁକ୍ତିରେ ମଧ୍ୟ ଓଡ଼ିଶା ଆଗରେ ରହିଛି । ଅନ୍ୟ ଅଫିସରଙ୍କ ସହ ୪ ହଜାର ୬ ଶହ କନେଷ୍ଟବଳ ନିଯୁକ୍ତ ହୋଇଛନ୍ତି

Related Articles

Back to top button
WP Twitter Auto Publish Powered By : XYZScripts.com