ଅନ୍ୟାନ୍ୟ

ICMR ସର୍ଭର ୨୪ ଘଣ୍ଟାରେ ୬ ହଜାର ଥର ଆଟାକ୍

ଭୁବନେଶ୍ୱର, ୦୬/୧୨/୨୦୨୨-  ହ୍ୟାକରଙ୍କ ଟାର୍ଗେଟରେ ସରକାରୀ ଓ୍ବେବସାଇଟ୍ । ଦିଲ୍ଲୀ ଏମ୍‌ସ ପରେ ଏବେ ଭାରତୀୟ ଭେଷଜ ଗବେଷଣା ସଂସ୍ଥା ବା ICMR ଉପରେ ପଡିଛି ହ୍ୟାକରଙ୍କ ନଜର । ୨୪ ଘଣ୍ଟାରେ ICMR ସର୍ଭର ଉପରେ ୬ ହଜାର ଥର ସାଇବର ଆଟାକ୍ ହୋଇଛି । ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ, ଓ୍ବେବସାଇଟକୁ ଆଟାକ୍ କରିଥିବା ହ୍ୟାକର ହଂକଂର ବୋଲି ଜଣାପଡ଼ିଛି । ଅଦୃଶ୍ୟ ସ୍ମାର୍ଟ ଠକ ରୋଗୀଙ୍କ ଡାଟା ଲିକ୍ କରିବାକୁ ଉଦ୍ୟମ ଚଳାଇଛନ୍ତି । ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ୨୪ ଘଣ୍ଟାରେ ICMR ଓ୍ବେବସାଇଟକୁ ୬ ହଜାରରୁ ଅଧିକ ଥର ଆଟାକ୍ କରାଯାଇଛି । ବ୍ଲକ୍ ଲିଷ୍ଟେଡ୍ ଆଇପି ଆଡ୍ରେସ୍ ୧୦୩.୧୫୨.୨୨୦.୧୩୩ରୁ ସାଇବର ଆଟାକ୍ ହୋଇଥିଲା । ହେଲେ ଏଥିରେ ହ୍ୟାକର୍ସ ଅସଫଳ ରହିଛନ୍ତି । ଆଇପି ଆଡ୍ରେସକୁ ବ୍ଲକ୍ କରି ଦିଆଯାଇଥିବା ଅଧିକାରୀ କହିଛନ୍ତି । ଏନେଇ ICMR ଅଧିକାରୀ କୌଣସି ସୂଚନା ଦେଇନାହାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com